ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆସନ୍ତାକାଲିଠାରୁ କ୍ଷୀର ଲିଟର ୧୦୦ ଟଙ୍କାରେ ବିକ୍ରି ହେବ । ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛି।
ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।
କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇ ଚାଲିଛି । ତେଣୁ ଏହାକୁ ବିରୋଧ କରି କ୍ଷୀର ମୁଲ୍ୟ ବୃଦ୍ଧି କରିବାକୁ ଖରାପ ପଞ୍ଚାୟତ ନିଷ୍ପତ୍ତି ନେଇଛି । ଲିଟର ପିଛା ୧୦୦ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ସୁଚନା ଦିଆଯାଇଛି ।
ଏହି ଧାର୍ଯ୍ୟ ମୂଲ୍ୟରେ ସରକାରୀ ସମବାୟ ସମିତିକୁ କ୍ଷୀର ବିକ୍ରୟ କରିବାକୁ ପଞ୍ଚାୟତ ପକ୍ଷରୁ ଚାଷୀମାନଙ୍କୁ ନିବେଦନ କରାଯାଇଛି ।