ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ରାଜଧାନୀ ଭୁବନେଶ୍ୱର ପାଲଟିଛି କକୋନା ହଟସ୍ପଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହଟସ୍ପଟ ତାଲିକାରୁ ଓଡିଶାରୁ ଖୋର୍ଦ୍ଧା ଜିଲ୍ଲା ରହିଛି । ଦେଶରେ ୧୭୦ ଟି ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଥିରେ ସ୍ଥାନ ପାଇଛି ଖୋର୍ଦ୍ଧା ଜିଲ୍ଲା । ଯାହା ଏବେ ରାଜଧାନୀରେ ରହିଥିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିବା ସମୟରେ ସୂଚନା ଦେଇଥିଲେ କି ଆସନ୍ତା ଅପ୍ରେଲ ୨୦ ତାରିଖରେ ସାରା ଦେଶରେ ଥିବା ହଟସ୍ପଟ ଜିଲ୍ଲା ଗୁଡିକୁ ଚିହ୍ନଟ କରି ସଂକ୍ରମଣ ନଥିବା ବା କମ ଥିବା କେତେକ ଜିଲ୍ଲାରେ ଲକ ଡାଉନ କଟକଣାରେ ସାମାନ୍ୟ କୋହଳ କରାଯାଇପାରେ ।
ମାତ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଆସିବା ପରେ ଏବେ ଏକ ପ୍ରକାର ସ୍ଥିର ହୋଇ ସାରିଲାଣି ରାଜଧାନୀରେ ଲଏକ ଡାଉନ ପୂର୍ବଭଳି କଡାକଡି ଭାବେ ପାଳନ କରାଯିବ । ଅର୍ଥାତ ରାଜଧାନୀରେ ଏବେ କଟକଣା କୋହଳ ହେବାର ପ୍ରଶ୍ନ ଉଠୁନାହିଁ । ସରକାର ଜିଲ୍ଲା ସବୁକୁ ୩ ଟି ଜୋନରେ ବିଭକ୍ତ କରିଛନ୍ତି ।
ସେଗୁଡିକ ହେଲା କ୍ଲଷ୍ଟର ଜିଲ୍ଲା, କ୍ଲଷ୍ଟର ହଟସ୍ପଟ ଜିଲ୍ଲା ଓ ଅଣ ହଟସ୍ପଟ ଜିଲ୍ଲା । ତେବେ ଏହି ପାରପ୍ରେକ୍ଷୀରେ ଯଦି ଆମେ ଓଡିଶା କଥା ଦେଖିବା ଓଡିଶାର ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସରକାରଙ୍କ ହଟସ୍ପଟ ଜିଲ୍ଲା ତାଲିକାରେ ରହିିଛି । ସେହିଭଳି ଭଦ୍ରକ ଜିଲ୍ଲାକୁ କ୍ଲଷ୍ଟର ହଟସ୍ପଟରେ ରହିଛି । ଏଥି ସମେତ କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ ଜିଲ୍ଲାକୁ ଅଣହଟସ୍ପଟ ଜିଲ୍ଲାଭାବେ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଦେଶରେ ୭୧୮ ଟି ଜିଲ୍ଲାରୁ ୪୦୦ ଜିଲ୍ଲା ସମୂର୍ଣ୍ଣ ଭାବେ କରୋନା ଭାଇରସରୁ ମୁକ୍ତ ରହିଛି ।