ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାରରେ ଶୁକ୍ରବାର ଏକ ଫ୍ୟାସନ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫ୍ୟାଶନ ୱାଲ୍ଡର ସ୍ୱପ୍ନକୁ ଦୃଷ୍ଟିରେ ରଖି ତଥା ରାଜ୍ୟର ନୂତନ ଫ୍ୟାଶନ ଡିଜାଇନର ମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏହି ସୋ’ ଆୟୋଜନ କରାଯାଇଥିଲା । ଯାହାର ନାମ ଥିଲା ‘ଖ୍ୱାଇଶ ଭୁବନେଶ୍ୱର ରନୱେ ୱିକ୍’ । ଏହି ସୋ’କୁ ଆଡିକ୍ସନ ଫ୍ୟାଶନ ମ୍ୟାନେଜମେଣ୍ଟ ଦ୍ୱାରା ଅର୍ଗାନାଇଜ୍ କରାଯାଇଥିଲା । ଫଟୋଗ୍ରାଫି ଦାୟିତ୍ୱରେ ଥିଲେ ଅଖିଲ ଫଟୋଗ୍ରାଫିର ଅଖିଳ ରଞ୍ଜନ । ଏହି ସୋ’ରେ ରାଜ୍ୟର ପାଞ୍ଚ ଜଣ ଡିଜାଇନରଙ୍କ ଡିଜାଇନର ଡ୍ରେସ୍ ଏବଂ ଶାଢୀ ପରିବେଷଣ କରାଯାଇଥିଲା ।
ସେହି ପାଞ୍ଚ ଜଣ ଡିଜାଇନରଙ୍କ ମଧ୍ୟରେ ଥିଲେ ଶ୍ମିତା ଜେଷ୍ଠୀ,ଜହିଦା ଅହମେଦ୍, ବୈଶାଳୀ ସେଠୀ, ଜୁବିନା ଅଲ୍ଲୀ ଏବଂ ନିକିତା ନାୟକ ।
ଏଥିମଧ୍ୟରୁ ଏହି ଫ୍ୟାସନ ସୋ’ର ସନ୍ଧ୍ୟାରେ ଶ୍ମିତା ଜେଷ୍ଠୀଙ୍କ ଡିଜାଇନର କପଡାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ମଡେଲ ମାନେ ଶ୍ମିତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏଥିନିକ୍ , ବ୍ରାଇଡାଲ ଏବଂ ହସ୍ତବୁଣା ଶାଢୀ ପିନ୍ଧି ର୍ୟାମ୍ପୱାକ୍ କରିଥିଲେ । ଶ୍ମିତାଙ୍କ ମୂଳ ଲକ୍ଷ ରହିଛି ସିଲେଇ କାରୀଗର ମାନଙ୍କୁ ପ୍ରତ୍ସୋହନ କରିବା । ଆଧୁନିକ ଯୁଗରେ ହାତ ସିଲାଇ କପଡା ଛପିବାକୁ ଲାଗିଥିବା ବେଳେ ଶ୍ମିତା ଏହାର ପୁନରାଦ୍ଧାର କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଗତ ଚାରିବର୍ଷରୁ ଶ୍ମିତା ଡିଜାଇନର ଭାବେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ଏକ ବୁଟିକ୍ ମଧ୍ୟ ଅଛି ଯାହାର ନାମ ରହିଛି ଶୀନଜିନି ।
ଏହି ଫ୍ୟାଶନ ସୋ’ରେ ଓଲିଉଡ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଜଣା ଶୁଣା ମଡେଲର ମାନେ ସାମିଲ ଥିଲେ । ଫ୍ୟାସନ ସୋ’ର ସନ୍ଧ୍ୟାକୁ ରୋମାଞ୍ଚକରାଇଥିଲେ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ୍ । ଯିଏ ଖୁବ୍ କମ୍ ବୟସରେ ଓଲିଉଡର ଜଣେ ଆଗ ଧାଡିର ନାୟିକା ଭାବେ କ୍ଷାତି ଅର୍ଜନ କରିପାରଛନ୍ତି ।
ସେହିପରି ଡିଜାଇନର ଶାଢୀ ଏବଂ ଡ୍ରେସ ପିନ୍ଧି ଯେଉଁ ସବୁ ମଡେଲରମାନେ ର୍ୟାମ୍ପ ୱାକ୍ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଅନୁକ୍ରିଥି ଭାସ୍, ଅନ୍ୱେଶା, ଲାବନ୍ୟା ଦାସ,ସୁଶ୍ମିତା ପ୍ରଧାନ,ସଞ୍ଜନା, ଶ୍ରିୟା ସ୍ମୃତି ରାଉତ, ଅଙ୍କିତା, ପ୍ରେରଣା, ମୈତ୍ରୀ, ସେଫାଲୀ, ପଲ୍ଲବୀ,ଐଶ୍ୱର୍ଯ୍ୟା, ନିଧି, ଶୃତୀ, ଅରୂପା, ରମନ, ତୁଷାର, ରାଜା, ଆଦି ।
ମିସ୍ ଇଣ୍ଡିଆ ୱାଲ୍ଡ ଅନୁକ୍ରିଥୀ ଭାସ୍ ଡିଜାଇନର ଜାହିଦା ଅହେମଦଙ୍କ ସୋ’ ଷ୍ଟପର ଭାବେ ଯୋଗ ଦେଇଥିଲେ ।
ଫ୍ୟାସନ ସୋ’ର ସନ୍ଧ୍ୟାକୁ ଦର୍ଶକ ଖୁବ୍ ଉପଭୋଗ କରିବା ସହ ଡିଜାଇନର ମାନଙ୍କ ଡିଜାଇନକୁ ଖୁବ୍ ପସନ୍ଦ କରିଥିଲେ ।
ଏହି ଫ୍ୟାସନ ସୋ’ ଜରିଆରେ ଜାଣିବାକୁ ମିଳିଛି କି ଆଗାମୀ କିଛି ବର୍ଷ ଭିତରେ ଲୋକେ ଆଉ ବାହାରୁ ଡ୍ରେସ ନକିଣି ରାଜ୍ୟରୁ କିଣିବାକୁ ପସନ୍ଦ କରିବେ । ଏହାସହିତ ଅନେକ ଡିଜାଇନରମାନେ ମଧ୍ୟ ଲୋକଲୋଚନକୁ ଆସିବେ ।