ସମ୍ବଲପୁର (ଏଟିଆର ବ୍ୟୁରୋ); ବିବାହ କରିବା ପାଇଁ ଦରକାର ହେଉଥିଲା ଲକ୍ଷେ ଟଙ୍କା । ଏହି ଟଙ୍କା ଯୋଗାଡ କରିବାକୁ ଯାଇ ଜଣେ ନାବାଳକକୁ ଅପହରଣ କଲା ଯୁବକ । ତେବେ ଯୁବକ କବଳରୁ କୌଶଳକ୍ରମେ ଖସି ଆସି ପୋଲିସରେ ଖବର ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ନିରଞ୍ଜନ ସୁନାନୀ । ତା ଘର ଗୁଣୁଡୁରୁଚୁଆଁ ପଞ୍ଚାୟତର କାଲୋପଡା ଗାଁରେ ।
ପୋଲିସ ରିପୋର୍ଟ ଅନୁଯାୟୀ ରବିବାର ସନ୍ଧ୍ୟାରେ ନାବାଳକ ଜଣକ ଖେଳି ଘରକୁ ଫେରୁଥିବା ବେଳେ ନିରଞ୍ଜନ ବାଇକରେ ଆସି ନାବାଳକୁ ଅପହରଣ କରି ଜଙ୍ଗଲରେ ରଖିଥିଲା । ନାବାଳକଙ୍କ ପରିବାରକୁ ପୋନ କରି ତାଙ୍କୁ ଏକ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ । ତେବେ ଏହି ସମ୍ପର୍କରେ ପୋଲିସରେ ମଧ୍ୟ ଆଗରୁ ଅଭିଯୋଗ କରିଥିଲେ ନାବାଳକଙ୍କ ପରିବାର ଲୋକ ।
ନାବାଳକ ଚତୁରତାର ସହ ସେଠାରୁ ଖସି ଆସିବା ପରେ ଘର ଲୋକଙ୍କ ଆଗରେ ସବୁ କଥାଥିଲା । ପରେ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ମୋବାଇଲ ଟ୍ରାକ କରି ପୋଲିସ ଅଭିଯୁକ୍ତର ସନ୍ଧାନ ପାଇ ଗିରଫ କରିଛି ।