ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଉତ୍ତର କୋରିଆ ଶାସକ କିମ-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ ଗାଏବ ହୋଇଯାଇଛନ୍ତି ।ବର୍ଷେରୁ ଅଧିକ ହେବ ଆଉ ନଜର ଆସୁନାହାନ୍ତି ରି ସୋଲ ଜୁ । ନୂଆବର୍ଷ ଅବସରରେ ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ସେ କେଉଁ ଆଡେ ଗାଏବ ହୋଇଯାଇଛନ୍ତି କେହି ଜାଣିନାହାନ୍ତି ।
ଶୁଣିବାକୁ ମିଳୁଛି ତାଙ୍କ ସ୍ତ୍ରୀଙ୍କୁ କିମ୍ ମାରିଦେଇଛନ୍ତି । ଏବଂ ଅନ୍ୟପଟେ ତାଙ୍କୁ କରୋନା ହୋଇଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । କରୋନା ସଂକ୍ରମଣ ଭୟରେ ସେ ସାର୍ବଜନିକ ରୂପେ ବାହାରକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି। ଅକ୍ଟୋବର ୧୦ ତାରିଖରେ ପ୍ୟୋଙ୍ଗୟାଙ୍ଗରେ ଗତବର୍ଷ ବଡ ଧରଣର ସେନା ପରେଡର ଆୟୋଜନ ହୋଇଥିଲା। ପ୍ରତି ବର୍ଷ ରି-ସୋଲ-ଜୁ ସ୍ୱାମୀ କିମ୍ଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ।କିନ୍ତୁ ଗତବର୍ଷ ଏହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନଥିଲା।
୨୦୨୦ ରେ ଖୁବ କମ୍ ସାଧାରଣ ସମାରୋହରେ ଯୋଗ ଦେଇଥିଲେ କିମ୍ ।ରିସୋଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧି ସୂଚନା ନଥିତଲେ ମଧ୍ୟ କିମ୍ ସୁସଙ୍ଗ ବିଶ୍ୱବିଦ୍ୟାଳରୁ ସ୍ନାତକ ହାସଲ କରିଛନ୍ତି । ସେ ଉତ୍ତରକୋରିଆ ରାଜଧାନୀରେ ପାଠପଢା ଶେଷ କରି ଚାଇନା ଯାଇ ଗୀତ ଶିଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।