ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୧୫ତାରିଖରୁ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟର ପ୍ରତି ଜିଲ୍ଲାରେ କିଷାନ କର୍ମଶାଳା ହେବାକୁ ଯାଉଛି । ଏହି କର୍ମଶାଳା ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ସ୍ଥରରେ କିଷାନଙ୍କୁ ସୁରକ୍ଷା ଦେବା ସହିତ ନିମ୍ନ ସ୍ଥରରେ କଂଗ୍ରେସ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ରାଜ୍ୟ କଂଗ୍ରେସ ଏହି ପରି ଯୋଜନା କରାଯାଇଛି ।
ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଏଆଇସିସି କିଷନେ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି ଯୋଗ ଦେଇ କିଷାନ କର୍ମଶାଳା ଆସନ୍ତା ଫେବୃଆରୀ ୧୫ରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ।
କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି ସରକାରଙ୍କୁ ଚାଷୀ ବିରୋଧି ବୋଲି କହି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ବର୍ଷର ଶାସନକାଳରେ ଚାଷୀମାନଙ୍କର ଅବସ୍ଥା ଅତି ସୋଚନିୟ ହୋଇପଡିଛି ବୋଲି ଶ୍ରୀ ସୋଲାଙ୍କି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।