ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ବିଏମସି । ଭାଙ୍ଗିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୋକାନ ସିଲ୍ କରାଯାଇଥିବା ସତ୍ୱେ ଅମାନିଆ ଭାବେ ଦୋକାନ ଖୋଲି ବ୍ୟବସାୟ କରୁଥିଲେ କିଶୋର ଭାଇନା । ଏହାପରେ ବିଏମସି ପକ୍ଷରୁ ଦୋକାନକୁ ଭାଙ୍ଗି ଦିଆଯାଇଛି ।
ସୂଚନା ମୁତାବକ, ବୁଧବାର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନା ମଟନ ଦୋକାନ ଉପରେ ଚଢାଉ କରିଥିଲେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ । ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୋକାନରେ ଚଢାଉ କରାଯାଇଥିଲା । ଡ୍ରେନ ନିକଟରେ ଦୋକାନ ଥିବା ସହ ଖାଦ୍ୟରେ କ୍ଷତିକାରକ ରଙ୍ଗ ଓ ଏକ୍ସପାରୀ ସସ୍ ମିଶାଯାଉଥିବାରୁ ଦୋକାନର ଫୁଡ୍ ଲାଇସେନ୍ସ ବାତିଲ କରାଯାଇ ଜରିମନା ଲଗାଯାଇଥିଲା ।