ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଏପ୍ରିଲ ୧ ରୁ ୩୦ ପ୍ୟନ୍ତ ଲାଗୁ ହେବ । ରାଜ୍ୟ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା ।
ସତର୍କତା ସହ ମାଇକ୍ରୋ କର୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ଜିଲ୍ଲାପାଳ ,ମୁି୍ୟନିସିପାଲ କମିଶନର, ।ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ ।
ଏହାସହ ଗୋଟିଏ ସ୍ଥାନରେ ଅଧିକ ଲୋକଗହଳି ନକରିବା ପାଇଁ କୁହାଯାଇଛି । ସାମାଜିକ,ଧାର୍ମିକ,ରାଜନୈତିକ,ଖେଳ,ଶିକ୍ଷା ଓ ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨୦୦ ଲୋକଙ୍କୁ ଅନୁମତି ମିଳିବ । ଆବଦ୍ଧ ସ୍ଥାନ ଓ ହଲରେ ୫୦ ପ୍ରତିଶତ ଲୋକ ବସିପାରିବେ ।
ବାହାଘର ପାଇଁ ୨୦୦ ଏବଂ ସୁଧଘର ପାଇଁ ୫୦ ଲୋକଙ୍କୁ ଅନୁମତି ରହିବା ସହିତ ଉପରୋକ୍ତ ନିୟମ କାର୍ୟ୍ୟକାରୀ ହେବ ।ଖୋଲା ସ୍ଥାନରେ ନିୟମ ଲାଗୁ ହେବା ସହ ସମସ୍ତେ ମାସ୍ତର ବ୍ୟବହାର କରିବା ବାଧ୍ୟତାମୂଳକ । ହଲ୍ ଗୁଡିକରେ ବା କୌଣସି ସ୍ଥାନରେ ଏକାଠି ହେବା ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ ବା ସାନିଟାଇଜର୍ର ବ୍ୟବହାର, ମାସ୍କ ସହିତ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।