ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଅବସରରେ କ୍ରିକେଟର ବିରାଟ କୋହଲି ତାଙ୍କ ଝିଅ ଭାମିକା ଏବଂ ପତ୍ନୀ ଅନୁଷ୍କାଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିରାଟ ସୋସିଆଲ ମିଡିଆରେ ଭାମିକା ଏବଂ ଅନୁଷ୍କାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ସେ ଏଥିରେ ଲେଖିଛନ୍ତି , ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ଷ୍ଟ୍ରଙ୍ଗ ମହିଳା ଏବଂ ଝିଅ ମଧ୍ୟ ତାଙ୍କ ଭଳି ହେଉ ।
ବିରାଟ କହିଛନ୍ତି , ମୋ ଜୀବନରେ ସବୁଠାରୁ ଷ୍ଟ୍ରଙ୍ଗ ଏବଂ ସଫ୍ଟ ହାର୍ଟଡେ ଯୁକ୍ତ ମହିଳାଙ୍କୁ ମହିଳା ଦିବସ ଅବସରରେ ଶୁଭକାମନା । ଏହାସହିତ ତାକୁ ମଧ୍ୟ ଶୁଭେଚ୍ଛା ଯିଏ ମା ଭଳି ହେବାକୁ ଯାଉଛି । ସେହିପରି ଦୁନିଆର ସସସ୍ତ ମହିଳାଙ୍କୁ ଶୁଭେଚ୍ଛା ।
ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀ ୧୧ ରେ ବିରୁଷ୍କାଙ୍କ ଘରକୁ ଏକ କୁନି ଅତିଥିଙ୍କ ଆଗମନ ହୋଇଛି । ମାତା-ପିତା ହୋଇଛନ୍ତି ବିରୁଷ୍କା । ସେହି କୁନି ଅତିଥିଙ୍କ ନାଁ ରହିଛି ଭାମିକା ।