କୋଣାର୍କ (ଏଟିଆର ବ୍ୟୁରୋ): ଚାଲିଛି କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏନେଇ ଉତ୍ସବମୁଖର ପର୍ଯ୍ୟଟକ୍ଷେତ୍ର କୋଣାର୍କ । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।
ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ବାଲୁକା ଶିଳ୍ପୀମାନେ ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ନେଇ ବିଭିନ୍ନ କଳାକୃତି ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖିବା ପାଇଁ ଚନ୍ଦ୍ରଭାଗାରେ ଦର୍ଶକଙ୍କ ଭିଡ ଲାଗିଥିଲା ।