କୋଣାର୍କ (ଏଟିଆର ବ୍ୟୁରୋ) ; ବିପଦରେ ବ୍ଳାକ ପାଗୋଡା କୋଣାର୍କ । ମନ୍ଦିରରେ ଧଳା ପଥର ପ୍ୟାଚ ଦିଆଯାଇଥିବା ବେଳେ ମନ୍ଦିର ତ୍ୱରଣରୁ କିଛି ଅଂଶ ଭାଙ୍ଗି ଗଲାଣି । ବର୍ଷା ଦିନ ଆସିଗଲେ ମନ୍ଦିର କଥା ନକହିବା ଭଲ । କାରଣ ବର୍ଷା ହେଲେ ମନ୍ଦିର ପରିସରରେ ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି । ତେବେ ମନ୍ଦିର ମରାମତି କରୁଥିବା ସଂସ୍ଥା ଧ୍ୟାନ ଦେଉନାହିଁ । ୧୯୩୯ ମସିହାରୁ ଏଏସଆଇ ମନ୍ଦିରର ମରାମତି ଦାୟିତ୍ୱରେ ଅଛି । ତେବେ ଏହି ସଂସ୍ଥା କିଛି କାମ କରୁନାହାଁନ୍ତି ଏବଂ ମନ୍ଦିରର ସୂକ୍ଷ୍ମ ପଥରକୁ କାଢ଼ି ସାଧା ପଥର ଲଗାଇ ମରାମତି କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏଣୁ କୋଣାର୍କ ସୁରକ୍ଷା ସମିତିପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ କୋଣାର୍କ ମନ୍ଦିର ବିଶ୍ୱପ୍ରସିଦ୍ଦ । ପୂର୍ବରୁ ସମୟ ସ୍ରୋତରେ ମାଟିରେ ମିଶି ଯାଇଥିବା ମନ୍ଦିର । ତେବେ ଏବେ ବାକିଥିବା ମୁଖଶାଳା ସମେତ ରହିଯାଇଥିବା କାରୁକାର୍ଯ୍ୟ ପଥର ଚୋରି ହେବାରେ ଲାଗିଛି । ତେବେ ଏହି ପଥର ଚୋରି ହେଉଥିବାର ଜାଗାରେ ସାଧା ପଥର ଲଗାଯାଉଛି । ତେବେ ଏଭଳି କାର୍ଯ୍ୟ ପାଇଁ ଏଏସଆଇକୁ ଦାୟି କରି ଥାନାରେ ଏତଲା ଦେଇଛନ୍ତି କୋଣାର୍କ ସୁରକ୍ଷା ସମିତି । ଏନେଇ ଯଦି କୈାଣସିପଦକ୍ଷେପ ନିଆନଯାଏ ତେବେ ଆସନ୍ତା ୧୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ମନ୍ଦିର ସମ୍ମୁଖରେ ଧାରଣା ବସିବା ପାଇଁ ଚେତାବନି ମଧ୍ୟ ଦେଇଛନ୍ତି । କାରଣ ଗୋଟିଏ କି ଦୁଇଟି ନୁହେଁ ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ବନଳରେ ଲାଗିଛି ସାଧା ପଥର ଲଗାଇଛି ଏଏସଆଇ । ଏହାକୁ ଦେଖିବା ପରେ ପର୍ଯ୍ୟଟକମାନେ ଅସନ୍ତୋଷ ହୋଇଥିଲେ । ଦିନକୁ ଦିନ ଲୋପ ପାଇବାରେ ବସିଛି କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ସଂସ୍କୃତି ।