କୋଣାର୍କ (ଏଟିଆର ବ୍ୟୁରୋ): ଶେଷ ହୋଇଛି କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା କୋଣାର୍କ ମହୋତ୍ସବ ଗତକାଲି ଶେଷ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ଭୁବନେଶ୍ୱର ନୃତ୍ୟ ନୈବେଦ୍ୟ କଳାକାରମାନେ ଓଡିଶୀ ନୃତ୍ୟରେ ମଞ୍ଚସ୍ତ କରିଥିଲେ ସୂର୍ଯ୍ୟ ବନ୍ଦନା । ଦର୍ଶକମାନଙ୍କ ମନ ମୋହିଥିଲା ଓଡିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ । ଓଡିଶୀ ସହିତ କୁଚୁପୁଡି ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା ।
ଅନ୍ୟପଟେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଦେଖିବା ପାଇଁ ଶେଷ ଦିନରେ ଦର୍ଶକଙ୍କ ଭିଡ ଲାଗିଥିଲା ।