ଜୟପୁର (ଏଟିଆର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଏବେ ପୁଣି ଜଣେ ସରକାରୀ ବାବୁ । ଅନୁସୂଚିତ ଜାତି-ଜନଜାତିର ଅଡିଟ୍ ଅଫିସରଙ୍କୁ ଭିଜିଲାନ୍ସ କାବୁ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଭିଲ୍ ପଦନ ଗ୍ରାମର ସ୍ୱର୍ଗତ ନାରଦ ରାଉତଙ୍କ ପୁଅ ଆର୍ତବନ୍ଧୁ ରାଉତ ।
ଆଇଟିଡିଏ ମାଲକାନ୍ଗିରିରୁ ଫେରିବା ବାଟରେ ଶ୍ରୀ ରାଉତ ଙ୍କୁ ଭିଜିଲାନ୍ସ ଟିମ୍ ଅଟକାଇବା ସହ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଜବତ କରିଛି । ମାତ୍ର ହଜାର କି ଦୁଇ ହଜାର ନୁହେଁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ।
ତାଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯିବା ସହ ତାଙ୍କ ବାସଗୃହ ଉପରେ ଚଢାଉ ଜାରି ରହିଛି ।