ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର କୃଷି ଓ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଆସନ୍ତା ୨୦ରୁ ଭୁବନେଶ୍ୱରର ଜନତା ମଇଦାନ ଠାରେ କୃଷି ଓଡ଼ିଶା ମେଳା ଆରମ୍ଭ କରାଯାଉଛି । ଏହି ଉତ୍ସବଟି ଜାନୁଆରୀ ୨୦-୨୪ ପର୍ଯ୍ୟନ୍ତ ଚାଲିବ ।
ତେବେ ଏହି ୫ଦିନିଆ କୃଷି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏବଂ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ୧୧୨ଟି କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଛି ।
ଏହି ୫ଦିନିଆ କୃଷି ଉତ୍ସବରେ କୃଷକ ମାନଙ୍କୁ ଦେଶ ବିଦେଶର ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ବିଷୟରେ ଅବଗତ କରାଇବା ପାଇଁ ପ୍ରତିଦିନ ଆଲୋଚନା ଚକ୍ର ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।
ଏହି ଆଲୋଚନା ଚକ୍ରରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତିୟ ଅନୁଷ୍ଠାନର କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, ଓ କୃଷି ଅଧିକାରୀ ଯୋଗଦେବେ ।
ଆଜି ଏ ସମ୍ପର୍କରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ବାବଦରେ ସୁଚନା ଦେଇଛନ୍ତି ।