ଜଗତସିଂହପୁର ( ଏଟିଆର ବ୍ୟୁରୋ): ଜଗତସିଂହପୁର ବାଲିକୁଦାରେ ସ୍କୁଲ ଛାତ ଉପରେ ପ୍ରେମିକ ପୋଡି ହୋଇ ମରିବା ଘଟଣାରେ ପୁଲିସ ପ୍ରେମିକା ମଧୁକୁ ଅଟକ ରଖିଛି । କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ।ପୂର୍ବରୁ ଏହି ମାମଲାରେ ପୁଲିସ ମଧୁଙ୍କର ଦୁଇ ଭଉଣୀ ସହ ତାଙ୍କ ବାପାଙ୍କୁ ଜଗତସିଂହପୁର ସଦର ଥାନାକୁ ଆଣି ପଚରା ଉଚରା କରୁଛି ।ସୂଚନାଯୋଗ୍ୟ ମୃତକ ଜଣଙ୍କ ନୟାଗଡ ଜିଲ୍ଲା ନନ୍ଦପୁର ଥାନା କାଞ୍ଚନପୁର ଗ୍ରାମର କୃଷ୍ଣ ଚମ୍ପତ୍ତି ରାୟ ।
କୃଷ୍ଣ ଅହମ୍ମଦାବାଦରେ ଏକ କମ୍ପାନୀରେ କମ୍ପ୍ୟୁଟର ଆସିଣ୍ଟାଣ୍ଟ ଭାବେ କାମ କରୁଥିଲେ। ସେଠାରେ ମଧୁ ନାମ୍ନୀ ମହିଳାଙ୍କ ସହ ତାଙ୍କର ଚିହ୍ନାଜଣା ଥିଲା। ଘଟଣାକୁ ନେଇ କୃଷ୍ଣଙ୍କ ପତ୍ନୀ କହିବା କଥା ମୋ ସ୍ୱାମୀ “ଅହମ୍ମଦାବାଦ ଯାଉଛି ବୋଲି କହି ଗତ ଶନିବାର ଘରୁ ବାହାରି ଯାଇଥିଲେ। ଏହାପରେ ଆଉ ତାଙ୍କ ଫୋନ୍ ଲାଗି ନ ଥିଲା। ମୋ ସ୍ୱାମୀକୁ ସେ ମାରି ଦେଇଛି। ଅନ୍ୟପଟେ ମୃତ ଯୁବକ ମରିଥିବା ସ୍ଥାନରେ ରକ୍ତରେ ଲେଖା ହୋଇଥିଲା ମଧୁ । ନିକଟରେ କିଛି ମଦ ବୋତଲ ଓ ଗ୍ଲାସ ମଧ୍ୟ ପଡିଥିଲା । ତେବେ ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।