ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଶ୍ରମିକ ଏହି କଥାଟି ଯେତେବେଳେ ଆମ କାନରେ ପଡେ ଆମ ଆଖି ଆଗକୁ ଚାଲିଆସେ ଗାମୁଛା ଲୁଙ୍ଗି ପିନ୍ଧା ମଳି ମୁଣ୍ଡିଆ ଲୋକ ଟିଏ । ଯିଏ ଦିନ ଯାକ ଖରା ତରାରେ ଖଟୁଥାଏ ପେଟ ପାଇଁ । ରାସ୍ତା କଡରେ ନିତିଦିନ ସକାଳେ ଆସି ଠିଆ ହୁଏ କାମ ଆସାରେ । ଏମିତି ଏକ ଚିତ୍ର ଆମ ଆଖି ଆଗକୁ ଚାଲି ଆସେ । ତେବେ ଏହା କଣ ହେଉଛି ଏମାନଙ୍କ ଚିତ୍ର ନାଁ ବାସ୍ତବରେ ଏମାନେ ହିଁ ହେଉଛନ୍ତି ଆଧୁନିକ ଭାରତର ମେରୁ ଦଣ୍ଡ । ଆଜିର ଏ ଯେଉଁ ସବୁ ବଡବଡ ଅଟାଳିକା ଦେଖା ଯାଉଛି ଏସବୁ କିଛି ସେମାନଙ୍କ ବଡ ଅବଦାନ ।
ଆଜି ହେଉଛି ଶ୍ରମିକ ଦିବସ ବା ଶ୍ରମିକ ମାନଙ୍କର ମୁକ୍ତିର ଦିବସ । ତେବେ ଶ୍ରମିକ ମାନଙ୍କର ସୁରକ୍ଷା ପାଇଁ ମୁଖ୍ୟତ ଏହି ଦିବସ ପାଳନ କରାଯାଇଥାଏ । କିଭଳି ଶ୍ରମିକ ମାନେ ସୁରକ୍ଷିତ ରହିବେ, ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ନହେବ ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇ ଥାଏ । ତେବେ ଏହି ଦିବସ ପାଳନ କରାଯିବା ପଛରେ ମଧ୍ୟ ଏକ ଇତିହାସ ଲୁଚି ରହିଛି ଆମେରିକାର ସିକାଗୋରେ କଳକାରଖାନାରେ କାମ କରୁଥିବା ଶ୍ରମିକ ମାନଙ୍କର ଅତୀତରେ କୈଣସି ସମୟ ସୀମା ନଥିଲା କାମ କରିବାର । ମନ ଇଚ୍ଛା ମାଲିକ ମାନେ ଶ୍ରମିକଙ୍କୁ ଖଟାଉ ଥିଲେ ।
ଏମିତି କି ଛ ୁଟି ଦିନରେ ମଧ୍ୟ ଛୁଟି ଦିଆ ଯାଉ ନଥିଲା । ଯାହାର ପ୍ରତିବାଦରେ ସେଠି ଶ୍ରମିକ ମାନେ ଧାରଣା ଦେଇଥିଲେ । କାମର ସମୟ ସୀମାକୁ ୮ ଘଣ୍ଟା କରିବାକୁ ସେମାନେ ଦାବି କରିଥିଲେ । ତେବେ ଏହି ଧାରଣା ସେତେବେଳ ଏତେ ଉଗ୍ରରୂପ ନେଲା ଯେ ସେଠାରେ ବୋମା ବିଷ୍ପାରଣ ହୋଇଥିଲା । ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିରିହ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥିରେ ବହୁତ ଶ୍ରମିକ ମୃତ୍ୟ ବରଣ କରିଥିବା ବେଳେ ଶତାଧିକ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଏହାକୁ ସ୍ମୃତି କରି ରଖିବାକୁ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଏହି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲା । ଠାରୁ ମେ ୧ ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।