ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି । ଗତକାଲି ଲୋକସେବା ଭବନରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ ସ୍ଥାନରେ ଶ୍ରମିକ ମାନଙ୍କୁ ସଶକ୍ତ କରିବା ଦିଗରେ ଏହା ସହାୟକ ହେବ । ଜନସାଧାରଣଙ୍କର ବିକାଶ ଧାରାରେ ଶ୍ରମିକ ମାନେ ହେଉଛନ୍ତି ମୁଖ୍ୟ । ଶ୍ରମିକ ମାନଙ୍କର ଜୀବନ ସଂଘର୍ଷରେ ସମାଜ ସାହାର୍ଯ୍ୟର ହାତ ବଢାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ମୋ ସରକାର ସରକାରୀ କର୍ମଚାରୀଙ୍କୁ ଦୃଢ ଭାବେ ବାଛିବାରେ ସହାୟକ ହୋଇଛି । ପ୍ରତ୍ୟକ ଅଧିକାରୀ ଏହି ଉଦ୍ୟମରେ ସଫଳ ହୋଇଛନ୍ତି । ସୂଚନା ଯୋଗ୍ୟ ଥାଉକି ପୂର୍ବରୁ ବହୁ ବିଭାଗ ମୋ ସରକାର ଅଧିନକୁ ଆସି ସାରିଲାଣି । ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନିତିକୁ ନଜରରେ ରଖି ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।