ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ମୋ ସରକାର ଆସିବା ଦିନ ଠାରୁ ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟଳୟରେ ତତ୍ପରତା ଦେଖିବାକୁ ମିଳୁଛି । ମୋ ସରକାର ସଚିବ ଭି କେ. ପାଣ୍ଡିଆନ ଅଚାନକ ବିଭିନ୍ନ ସ୍ଥାନରେ ଗ୍ରସ୍ତ କରିବା ସହ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳୁଛି । ସେପଟେ ଦିନକୁ ଦିନ ରାଜ୍ୟରେ ଦାଦନ ଚାଲଣ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହା ରାଜ୍ୟ ସରକାରଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ନୂଆବର୍ଷରେ ଶ୍ରମ ବିଭାଗକୁ ମୋ ସରକାରରେ ସାମିଲ କରିଯିବ ବୋଲି ସ୍ଥିର କରାଯାଇଛି । ମୋ ସରକାରରେ ସାମିଲ ହେବା ପରେ ଚଞ୍ଚକତା ବା କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟରେ ଅଧିକ ଦାଦନ ଚାଲଣ ରୋକିବା ଦିଗରେ ସମସ୍ତ ପ୍ରକାରର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ୫ଟି ରାଜ୍ୟର ଓଡିଆ ଶ୍ରମିକଙ୍କ ପାଇଁ ୫ଟି ରାଜ୍ୟରେ ସ୍ୱତନ୍ତ୍ର ହେଲପ ଡେସ୍କ ଖୋଲାଯିବ । ଅନ୍ୟପଟେ ଦେଶ ବାହାରକୁ ଯାଉଥିବା ଶ୍ରମିକଙ୍କ ପାଇଁ ଦିଲ୍ଲୀରେ ହେଲପ ଡେସ୍କ ଖୋଲିଯିବ । ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ହେଲପ ଡେସ୍କ ଖୋଲିବାକୁ ଅନୁରୋଧ କରାଯାଇଛି । ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ସବୁଠାରୁ ଅଧିକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦାଦନ ସମସ୍ୟା ରୋକିବାକୁ ଖୁବଶୀଘ୍ର ଘୋଷଣା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।