ସମ୍ବଲପୁର (ଏଟିଆର ବ୍ୟୁରୋ); ତାମିଲନାଡୁରୁ ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ । ଏହି ଓଡିଆ ଶ୍ରମିକମାନଙ୍କୁ ଉଦ୍ଧାର କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ପ୍ରଶାସନର ସହାୟତାରେ ଘରକୁ ଫେରିଛନ୍ତି ଶ୍ରମିକମାନେ । ତେବେ ଶ୍ରମିକମାନେ କୁଚିଣ୍ଡା ବ୍ଳକ ଗୋଛିରା ଗାଁର ବାସିନ୍ଦା । ଏମାନେ ଗାଁକୁ ଫେରିବା ପରେ ପରିବାର ଏବଂ ଗାଁ ଲୋକ ବହୁତ ଖୁସି ହୋଇ ଯାଇଛନ୍ତି । ଏମାନେ ତାମିଲନାଡୁରେ ଖଟିବା ପାଇଁ ଯାଇଥିଲେ । ମାତ୍ର ସେଠାରେ ନେଇଥିବା ଠିକାଦର ସେମାନଙ୍କ ନିର୍ଯ୍ୟାତନା ଦେଉଥିଲା ।
ଶ୍ରମିକମାନଙ୍କୁ ଖାଇବା କିମ୍ବା ପଇସା ପତ୍ର ଦେଉନଥିଲା ଠିକାଦାର । ଏଣୁ ଘରକୁ ଫୋନ କରି ଜଣାଇଥିଲେ । ଶ୍ରମିକଙ୍କ ପରିବାର ଲୋକ ଏବଂ ଗାଁ ଲୋକ ମିଶି ଜିଲ୍ଲା ପ୍ରଶାସନ ଆଗରେ ଗୁହାରି ଜଣାଇଥିଲେ । ଜିଲ୍ଳା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ତତ୍ପରତା ଦେଖାଇଥିଲା । ତାମିଲନାଡୁ ଆନ୍ନା ପ୍ରଶାସନକୁ ଖବର ଦେବା ପରେ ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ପଠାଇଛନ୍ତି । ତେବେ ଏମାନଙ୍କୁ ନେଇଥିବା ଠିକାଦାର ଫେରାର ଅଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।