କଟକ ( ଏଟିଆର ବ୍ୟୁରୋ) : ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବାରୁ ଜଣେ ମହିଳା କନେଷ୍ଟବଳ ସସପେଣ୍ଡ ହୋଇଥିବା ଜଣା ପଡିଛି । ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଲୁଟେରାଙ୍କ ଶୀକାର ହୋଇଥିବା ଜଣେ ମହିଳା କନେଷ୍ଟବଳ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାରୁ ତାଙ୍କୁ ଡିସିପି ସସପେଣ୍ଡ କରିଥିବା ସୂଚନା ମଳିଛି । ସୂଚନା ଅନୁସାରେ ମାଲଗୋଦାମ ଥାନାରେ କାର୍ଯ୍ୟକରୁଥିବା ଜଣେ ମହିଳା କନେଷ୍ଟ ବଳ ଥାନାକୁ ଯାଉଥିବା ସମୟରେ ସେ ଲୁଟେରାଙ୍କ ଶୀକାର ହୋଇଥିଲେ ।
ଲୁଟେରା ତାଙ୍କ ବେକରୁ ସୁନା ଚେନ ଲୁଟି ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କୌଶଳ କରି ମହିଳା କନେଷ୍ଟବଳ ଲୁଟେରାକୁ କାବୁ କରି ନେଇଥିଲେ । ଏହାପରେ ଲୁଟେରାକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ପରେ ତାକୁ ପୁଲିସ୍ ଜିମା ଦେଇଥିଲେ। ତେବେ ଏ ସମ୍ପର୍କରେ ଉକ୍ତ ମହିଳା କନଷ୍ଟେବଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏ ନେଇ ତାଙ୍କୁ ଡିସିପି ସସ୍ପେଣ୍ଡ କରିଛନ୍ତି । ଯାହାକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କନେଷ୍ଟବଳଙ୍କ ସାହସ ପାଇଁ ତାଙ୍କୁ ପୁରସ୍କାର ପରିବର୍ତ୍ତେ ସସପେଣ୍ଡ କାହିଁକି କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।