ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଡାକ୍ତର ତାଙ୍କୁ ରାଞ୍ଚି ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି । ଲାଲୁଙ୍କ ଶ୍ୱାସକ୍ର୍ରିୟାରେ ସମସ୍ୟା ହେେଇଥିବା ବେଳେ ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମଣ ହୋଇଥିବାର ଜଣାପଡିଛି ।
ଡା କାମେଶ୍ୱର ପ୍ରସାଦ କହିଛନ୍ତି ଦୁଇ ଦିନ ହେବ ଲାଲୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁୂଛନ୍ତି ।ଶୁକ୍ରବାର ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା । ଆଜି ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯିବ । ବର୍ତ୍ତମାନ ୮ ଜଣିଆ ଡାକ୍ତରୀ ଟିମ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି ।ସେମାନେ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଦିଆଯିବ ।
ଲାଲୁ ଜେଲରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ । ଏହାପରେ ଡାକ୍ତର ତାଙ୍କର ଟେଷ୍ଟ କରିଥିଲେ ।ଉଭୟ ଆରଟି-ପିସିଆର ଓ ଆଣ୍ଟିଜେନ ପ୍ରକ୍ରିୟାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ହେଲେ ଉଭୟ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।