ମାଲକାନଗିରି(ଏଟିଆର ବ୍ୟୁରୋ):ମାଲକାନଗିରି କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।ଯବାନଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ମେଡିକାଲାରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ପରି ଆଜି ମଧ୍ୟ କର୍ତନପଲ୍ଲୀଠାରେ ୧୬୦ ବିଏସଏଫ ଯବାନ କମ୍ବିଙ୍ଗ ଅପରେସନ କରିଥିଲେ ।
ତେବେ ଏହି କମ୍ବିଙ୍ଗ ଅପରେସନ ସାରି ଫେରିବା ସମୟରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ଜଣକ ଗୁରୁତର ଆହତ ହୋଇପଡିଥିଲେ । ଆହତ ହୋଇଥିବା ଯବାନଙ୍କ ନାଁ ହେଉଛି ଧର୍ମେନ୍ଦ୍ର ସାହୁ ।ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ ଧମେନ୍ଦ୍ରଙ୍କ ଗୋଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପୁଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।