ଏଟିଆର ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥଯାତ୍ରା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧.୩୦ ରେ ଭିସି ମାଧ୍ୟମରେ ୨୦୨୩-୨୪ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରୁ ଏହା ଶୁଭାରମ୍ଭ ହୋଇଛି । ତୀର୍ଥଯାତ୍ରା ପାଇଁ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ କନ୍ୟାକୁମାରୀ ଅଭିମୁଖେ ୯୭୦ ତୀର୍ଥଯାତ୍ରୀ ବାହାରିବେ ।
ନୟାଗଡ, ଗଞ୍ଜାମ, ଗଜପତି,କନ୍ଧମାଳ, ବୌଦ୍ଧ ର ୯୭୦ ତୀର୍ଥଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆଜିଠୁ ଯାତ୍ରା ଆରମ୍ଭ କରି ଆସନ୍ତା ୫ ତାରିଖରେ ଫେରିବେ ।