କଟକ (ଏଟିଆର ବ୍ୟୁରୋ) ; ଅଗଷ୍ଟ ୨୮ରେ ଆଇନଜିବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ ମାରିବା ଘଟଣା ପାଇଁ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା ସୋମବାର ଏହି ଘଟଣାର ସମାଧାନ ପାଇଁ ହାଇକୋର୍ଟରେ ବାର ଆସୋସିଏସନ ପକ୍ଷରୁ ପୁଣି ଥରେ ଏକ ସାଧାରଣ ବୈଠକ ବସିବ ବୋଲି ପ୍ରକାଶ କରାଯାଇଛି । କାର୍ଯ୍ୟ ବନ୍ଦ ଆନ୍ଦୋଳନ ଅଢ଼େଇ ମାସରୁ ଅଧିକ ସମୟ ବିତିଗଲାଣି । ତେବେ ସରକାର ଏହାର କୈାଣସି ବି ସମାଧାନର ବାଟ ବାହାର କରିନାହାଁନ୍ତି । ବରଂ ବିଜେଡି ଲିଗାଲଫ୍ରଣ୍ଟର ସଦସ୍ୟଙ୍କ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ନେଇ ଏକ ବଡ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥିଲା ହାଇକୋର୍ଟ ପରିସରରେ । ତେବେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଛୋଟ ଛୋଟ କେସରେ ଫସିରହିଥିବା କଏଦୀମାନେ ଜେଲରେ ସଢ଼ୁଛନ୍ତି । ଏବଂ ବେଲ ନ ହେବାରୁ ଜେଲ କଏଦୀରେ ଫାଟିପଡୁଛି । ତେବେ ସୋମବାର ଏହି ଆଇନଜୀବୀଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ ହେବ ।
କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚାଲିଥିବା ତଦନ୍ତ ରିପୋର୍ଟ ଆଜି ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଓଏ ଅରୁଣ ବୋଥ୍ରା । ତଦନ୍ତ ଚାଲିଥିବା ବେଳେ ନିଲମ୍ବନକୁ ପ୍ରତ୍ୟାହାରକୁ ହାଇକୋର୍ଟ ପ୍ରଶ୍ନ କରିଛି । କାହିଁକି ଓ କିପରି ନିଲମ୍ବନ ପ୍ରତ୍ୟାହାର ହେଲା ଏ ନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ସୋମବାର ଶୁଣାଣି ହେବ । କ୍ରାଇମବ୍ରାଞ୍ଚଆଇଜିଙ୍କୁ ଓକିଲଙ୍କ ମାଡ ମାରିବା ଘଟଣା ତଦନ୍ତ ଦିଆଯାଇଥିଲା । ଏହି ମାମଲାରେ ୯ ତାରିଖ ପୂର୍ବରୁ ତଦନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରତିଦିନ ଏହି ତଦନ୍ତକୁ ତଦାରଖ କରୁଛନ୍ତି ହାଇକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସି ଆର ଦାସ ।