ମାଲକାନଗିରି (ଏଟିଆର ବ୍ୟୁରୋ): ଶୁଭାରରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି । ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ୩୬ ଟି ବସ୍ ଗଡିଛି । ପଞ୍ଜାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଯୋଡିବ ଲକ୍ଷ୍ମୀ ବସ୍ ସେବା ।
ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଓ ଗଜପତି ଜିଲ୍ଲାରେ ଏହି ସେବା ଯୋଗାଇ ଦିଆଯିବ । ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କ ଯାତାୟତରେ ସମସ୍ୟା ନହେବା ପାଇଁ ଅଧିକ ଫୋକସ କରାଯାଇଛି ।