ସମ୍ବଲପୁର ( ଏଟିଆର ବ୍ୟୁରୋ): ଆଉ ମହିଳା କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନାହାନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବକୁ ମିଳିଛି ସମ୍ବଲପୁରରେ । ମହିଳାଙ୍କ ସୁରକ୍ଷା ନେଇ ସମ୍ବଲପୁର ପୋଲିସ ଏକ ନୂତନ ପଦକ୍ଷେପ ନେଇଛି ।
ଏଣିକ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ ଚଳାଇବେ ପିସିଆର ବାଇକ ଓ ପିସିଆର ଭ୍ୟାନ । ଯାହାର ଶୁଭାରମ୍ଭ ଆଜି କରାଯାଇଛି । ଡିଆଇଜି ହିଂମାଶୁ ଲାଲ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ୧୦ ଟି ପିସିଆର ବାଇକରୁ ୨ ଟିକୁ ମହିଳାମାନେ ଚଳାଇବେ । ସେହିଭଳି ପିସିଆର ଭ୍ୟାନ ମଧ୍ୟ ଚଳାଇବେ ।