ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚାଷୀଙ୍କ ପାଇଁ ସରକାର ଦେଇଥିବା କାଳିଆ ଯୋଜନା ଟଙ୍କାରେ ଅଧିକ ମାତ୍ରାରେ ଅଯୋଗ୍ୟ ହିତାଧୀକାରୀ ଟଙ୍କା ପାଇଛନ୍ତି । ତେବେ ଏହି ଅଯୋଗ୍ୟ ହିତାଧିକାରୀ ମାନେ ଏବେ ସରକାରଙ୍କୁ କାଳିଆ ଟଙ୍କା ଫେରାଇବାକୁ ସରକାର ନିର୍ଦେଶ ଦେଇଛନ୍ତି । ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି ।
ସୂଚନା ଅନୁସାରେ କାଳିଆ ଯୋଜନା ମାଧ୍ୟମରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ୨ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଅନ୍ୟପଟେ ଏବେ ଏହାକୁ କାଉଣ୍ଟର କରିଛି କଂଗ୍ରେସ । କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି ଯୋଗ୍ୟ ଓ ଅଯୋଗ୍ୟ ନଦେଖି ଟଙ୍କା ବାଣ୍ଟିଲେ । ହିତାଧିକାରୀଙ୍କୁ ପ୍ରତି କିସ୍ତିରେ ଟଙ୍କା ମିଳିବ କହି ନିର୍ବାଚନ ଜିତିଲେ । ସେ ଆହୁରି ମଧ୍ୟ କହିଛନ୍ତି ଚାଷୀଙ୍କ ଠାରୁ ଟଙ୍କା ଆଣିବା ପ୍ରତି ବଦଳରେ ଯେଉଁ ଅଫିସର ଏଥିରେ ସଂମ୍ପୃକ୍ତ ତାଙ୍କ ଠାରୁ ଟଙ୍କା ଆଦାୟ କରାଯାଉ ।