ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଘଟଇଛି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଗଲେ ୪ବଙ୍ଗୀୟ ପର୍ଯ୍ୟଟକ । ଭାସି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଦେବ ଦୂତ ସାଜିଲେ ସମୁଦ୍ରକୂଳରେ ମୁତୟନ ଥିବା ଲାଇଫଗାର୍ଡ । ସୂଚନାନୁଯାୟୀ ଆଜି ସକାଳୁ କଳିକତାରୁ ଆସିଥିବା ୨ଦମ୍ପତ୍ତି ସ୍ୱର୍ଗସ୍ୱାର ନିକଟ ସମୁଦ୍ରକୂଳ ୧୧ନମ୍ବର ସେକ୍ଟରରେ ଗାଧୋଇବା ସମୟରେ ଭାସିଯାଇଥିଲେ ।
ଏହି ସମୟରେ ସେମାନଙ୍କୁ ବୁଡି ଯାଉଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ସମୁଦ୍ର ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପୁରୀ ବଡ ମେଡିକାଲ କୁ ଫଠାଇଦେଇଥିଲେ । ଉଦ୍ଧାର ହୋଇଥିବା ୨ଦମ୍ପତ୍ତିଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନେ ସୁସ୍ଥ ଥିବା ଦେଖି ସେମାନଙ୍କୁ ଛାଡିଦିଆଯାଇଥିଲା । ଉଦ୍ଧାର ହୋଇଥିବା ପର୍ଯ୍ୟଟକମାନେ ହେଲେ ଗୋବିନ୍ଦ ଧର ଓ ତାଙ୍କ ସ୍ତ୍ରୀ ତନୁଶ୍ରୀ ଧର ଏବଂ ଅନ୍ୟ ଦମ୍ପତ୍ତି ଜଣକ ହେଲେ ବାବୁଲା ମାଲାକାର ଓ କାଙ୍କ ସ୍ତ୍ରୀ ଜୁମା ମାଲାକାର ବୋଲି ଜଣାପଡିଛି ।