ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିବାହ ପରେ ପତିପତ୍ନୀଙ୍କ ମଧ୍ୟରେ ମଧୁର ସଂମ୍ପର୍କ ପାଇଁ ଉଭୟଙ୍କ ଯୋଗଦାନ ନିହାତି ଦରକାର । ସବୁ ଦମ୍ପତି ଚାହିଁଥାନ୍ତି ସେମାନଙ୍କ ବୈବାହିକ ଜୀବନ ହସଖୁସିରେ କଟୁ ବୋଲି । କିନ୍ତୁ ବେଳେ ବେଳେ ସେ ଜାଣନ୍ତରେ ହେଉ କିମ୍ବା ଅଜାଣତରେ ଏମିତି କିଛି ଛୋଟ ଛୋଟ ଭୁଲ ହୋଇଯାଏ ଯାହା ମିଠା ସମ୍ପର୍କରେ ବି ଫାଟ ସୃଷ୍ଟି କରିଥାଏ । ଝଗଡା ବେଳେ ବେଳେ ଏମିତି ବଢିଯାଏ ଯେ କଥା ଅଲଗା ହେବା ପର୍ଯ୍ୟନ୍ତ ଯାଏ । ତେବେ ଆସନ୍ତୁ ଜାଣିବା ପୁରୁଷ କେଉଁ ଅଭ୍ୟାସକୁ ବଦଳାଇ ଦେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ ।
କିଛି ପୁରୁଷ ଅଛନ୍ତି ଯେଉଁ ମାନେ ଘରର ସବୁ କାମ ପତ୍ନୀ ଉପରେ ଛାଡ ିଦିଅନ୍ତି । କୌଣସି କାମରେ ହାତ ଲଗାନ୍ତି ନାହିଁ । ଯାହା ଫଳରେ ସ୍ତ୍ରୀ ଘରର ସବୁ କାମ ଏକା କରିଥାଏ । ତେଣୁ ସ୍ତ୍ରୀକୁ ସମୟ ହୁଏନି ସ୍ୱାମୀ ସହିତ ସମୟ ବିତାଇବାକୁ । ତେବେ ଆପଣ ଯଦି ସାଥୀଙ୍କୁ କାମରେ ସାହାଯ୍ୟ କରିବେ ତେବେ ଘରର କାମ ଶିଘ୍ର ହୋଇଯିବା ସହିତ ଉଭୟ ଉଭୟଙ୍କର ନିକଟତର ହୋଇପାରିବେ ।
ଯଦି ଆପଣ ଚାହୁଛନ୍ତି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ବହୁତ ପ୍ରେମ କରୁ । ତେବେ ଆପଣ ତାକୁ ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରନ୍ତୁ । ସେ ଭଲ ପାଉଥିବା ଜିନିଷକୁ ନ ମାଗିବା ପୂର୍ବରୁ ତାଙ୍କୁ ଆଣି ଦିଅନ୍ତୁ ।
ଘରେ ଥିଲା ବେଳେ ଫୋନରେ ଘଣ୍ଟାଘଣ୍ଟା ଗପନ୍ତୁ ନାହିଁ । ସୋସିଆଲ ମିଡିଆରେ ଅଧିକ ସମୟ ଆକ୍ଟିଭ ରହିବା । ଏହିସବୁ ଅଭାଁସ ଥିଲେ ଏହାକୁ ତୁରନ୍ତ ବଦଳାନ୍ତୁ ନ ହେଲେ ଆପଣ ଆପଣଙ୍କ ଅଜାଣତରେ ସ୍ତ୍ରୀକୁ ଅଣଦେଖା କରୁଛନ୍ତି । କାରଣ ଏହି ସବୁ ଅଭ୍ୟାସ ସମ୍ପର୍କରେ ଦୂରତା ଆଣିଥାଏ ।
ଆପଣ ଆପଣଙ୍କ ଦୁଇଜଣଙ୍କ ଭିତରର କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଆପଣଙ୍କ ସାଥୀଙ୍କୁ ଏହା କଷ୍ଟ ଦେଇପାରେ । ଯଥା ସମ୍ଭବ ଏଥିରୁ ବିରତ ରୁହନ୍ତୁ ।