ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଖରା ଦିନରେ ସାଧାରଣତ ତରଭୁଜର ଅଧିକ ଚାହିଦା ରହିଥାଏ । ରାସ୍ଥା କଡରେ ଖରାଦିନେ ତରଭୁଜ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଭଲ ଜମେ । ଏଥିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ରହିଥିବାରୁ ଏହା ଖରାଦିନେ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ ଏ ୧୧ %, ଭିଟାମିନ ସି ୧୩ %, କ୍ୟାଲସିୟମ ଏବଂ ଆଇରନ ୧%, ଭିଟାମିନ ଡି ସମେତ ଭିଟାମିନ ବି୬ ଏବଂ ମ୍ୟାଗ୍ନେସିୟମ ଶରୀରକୁ ମିଳିଥାଏ । ସବୁଠାରୁ ବଡ କଥା ହେଉଛି ଏଥିରେ ୯୪ ପ୍ରତିଶତ ଜଳ ଏବଂ ୬ ପ୍ରତିଶତ ସୁଗାର ରହିଥାଏ ।
ଏକ ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଥିବା ଖବର ଅନୁସାେ;ର ତରଭୁଜକୁ ଅଧିକ ଲାଲ କରିବା ପାଇଁ ଏଥିରେ ବ୍ୟବସାୟୀ ମାନେ କ୍ରେମିକାଲର ବ୍ୟବହାର ମଧ୍ୟ କାରିଥାନ୍ତି । ଯାହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷହତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା କେମତି ଆପଣ ଜାଣିବେ ଆପଣ ବଜାରରୁ କିଣି ଖାଉଥିବାର ତରଭୁଜରେ କେମିକାଲ ରହିଛି କି ନାହିଁ ।
୧. ପ୍ରଥମ କଥା ହେଉଛି ତରଭୁଜ ସାଧାରଣତ ମାଟି ଉପରେ ହୋଇଥାଏ । ତେଣୁ ତରଭୁଜର ଯେଉଁ ଫାଳ ମାଟିରେ ରହିଥାଏ ତାର ରଙ୍ଗ ଟିକେ ଫିକା ରହିଥାଏ । କିନ୍ତୁ ତାର ଅନ୍ୟପାଖ ଗୁଡିକ ନୀଳ ହୋଇଥାଏ । ତେବେ ଯେଉଁ ତରଭୁଜରେ କେମିକାଲ ବ୍ୟବହାର କରାଯାଇଥାଏ ତାର ଚାରିପାଖର ରଙ୍ଗ ସାଧାରଣତ ସମାନ ରହିଥାଏ । ଏଥିରୁ ଆପଣ ଜାଣି ପାରିବେ ତରଭୁଜରେ କେମିକାଲ ବ୍ୟବହହାର କରାଯାଇଛି କି ନାହିଁ ।
୨. ସେହିଭଳି ଏକ ତରଭୁଜରୁ ଖଣ୍ଡେ କାଟି ଯଦି ଆମେ ଏକ ପାଣି ପାତ୍ରରେ ପକାଇ କିଛି ସମୟ ଛାଡି ଦେବା ତ ଆମେ ପରୀକ୍ଷା କରି ପାରିବା ତରଭୁଜରେ କେମିକାଲ ରହିଛିକି ନାଁ । ପାଣିରେ ପଡିଥିବା ତରଭୁଜ ଖଣ୍ଡର ରଙ୍ଗ ପାତ୍ରରେ ଥିବା ପାଣିକୁ ହାଲକା ଗୋଲାପୀ କରିଦେବ । ଏମିତି ଆପଣ ତରଭୁଜରେ କେମିକାଲ ଦିଆଯାଇଛି କି ନାହିଁ ଜାଣିପାରିବେ ।