ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସେ ସମୟର ଅଭାବ ହେଉକି ଅନ୍ୟ କୌଣସି କାରଣ ପାଇଁ ଜଣେ ଜଣଙ୍କ ଉପରେ ଧ୍ୟାନ ଦେଇ ନଥାନ୍ତି । ଯାହାଫଳରେ ଘରେ ଅସାନ୍ତି ବଢିଥାଏ । ଯାହାଫଳରେ ଜଣଙ୍କ ପାଇଁ ଅନ୍ୟଜଣେ ଦୁଃଖୀ ହୋଇଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଆପଣଙ୍କ ସାଥିଙ୍କ ଆଗରେ ଆପଣଙ୍କ ପୂର୍ବତନ ପ୍ରେମିକା/ପ୍ରେମିକ ସହିତ ବେଶି ମିଳାମିଶା କରନ୍ତୁ । ତାଙ୍କ ସହିତ ଫୋନରେ କଥା ହୁଅନ୍ତୁ ।ତାଙ୍କ ସହିତ ରାତ୍ରି ଭୋଜନ କରନ୍ତୁ ।
ଏମିତି କଲେ ଆପଣଙ୍କ ପାର୍ଟନରଙ୍କର ଆପଣଙ୍କ ପ୍ରତି ଇର୍ଷା ସୃଷ୍ଟି ହେବ । ଯାହାଫଳରେ ତାଙ୍କର ଧ୍ୟାନ ସବୁବେଳେ ଆପଣଙ୍କ ଉପରେ ରହିବ । କାରଣ କୌଣସି ଲୋକ ଚାହିଁନଥାଏ ତାଙ୍କ ମନର ମଣିଷ ଆଉ କାହାକୂୁ ମନ ଦେଉ ବୋଲି । ସେହିଭଳି ଇମୋସନାଲ ମାହୋଲ ସୃଷ୍ଟ ିକରନ୍ତୁ, ସବୁବେଳେ ଆପଣ ତାଙ୍କ ପାଇଁ ବହୁତ ଚିନ୍ତାରେ ରହୁଛନ୍ତି ବୋଲି ତାଙ୍କ ମନରେ ବିଶ୍ୱାସ ଆଣିବାକୁ ଚେଷ୍ଟା କରନ୍ତୁ । ଏମିତି ହେଲେ ତାଙ୍କର ଧ୍ୟାନ ସବୁବେଳେ ଆପଣଙ୍କ ଉପରେ ରହିବ । ସେହିଭଳି ଜେସାକୁ ତେସା ନ୍ୟାୟରେ ଆପଣବି ଆପଣଙ୍କ ସାଥିଙ୍କ କଥାକୁ ନଶୁୂଣିଲା ପରି ହ୍ରୁଅନ୍ତୁ ।
ତାଙ୍କୁ ସେମିତି ଲାଗୁ ଯେମିତି ଆପଣବି ତାଙ୍କ ବ୍ୟତୀତ ରହିପାରିବେ । ସେମିତି ହେଲେ ସେ ନିଜେ ନିଜକୁ ଅନୁତାପ କରିବାକୁ ବାଧ୍ୟ ହେବେ । ଆପଣଙ୍କ ଖୁସିକୁ ଆପଣ ତାଙ୍କ ସହିତ ସେୟାର କରନ୍ତୁ ନାହିଁ । ଯାହାଫଳରେ ତାଙ୍କୁ ଅନୁତାପ ହେବ କି ଆପଣ ତାଙ୍କ ବିନା ବହୁତ ଖୁସିରେ ଅଛନ୍ତି । ଏମିତି ହେଲେ ତାଙ୍କର ଆପଣଙ୍କ ଉପରେ ଇର୍ଷା ହେବ । ସେ ଆପଣଙ୍କୁ ନେଇ ସବୁବେଳ ଚିନ୍ତା କରିବେ । ସେ ବାଧ୍ୟ ହୋଇ ଆପଣଙ୍କ ଉପରେ ଧ୍ୟାନ ଦେବେ । ଆପଣଙ୍କ ଉପରେ ନଜର ରଖିବେ ।