ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଗତ କିଛି ଦିନ ହେବ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ନିଷ୍ପତି ନେଇଥିଲେ । ଏନେଇ ବିଏସି ଓ ବିଡିଏ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଚାରିପାଖରୁ ୨୦୦ରୁ ଅଧିକ ଜାଗା ଚିହ୍ନଟ କରାଯାଇଥିଲା । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ଦିନ ଠାରୁ ଏହାକୁ ବିରୋଧ କରାଯାଇଥିଲା । ଫଳରେ ଉଚ୍ଛେଦ ପ୍ରକ୍ରିୟାର ଦ୍ୱିତୀୟ ଦିନରେ ଲୋକ ମାନଙ୍କ ଧାରଣା ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା । ଏହା ପରେ ବିଏମସି କମିଶନର ପ୍ରେମଚନ୍ଦ ଚୌଧାରୀଙ୍କ ସହ ଧରଣାରେ ବସିଥିବା ଲୋକ ମାନେ କଥା ହେବା ପରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।
ବିଏମସି କମିଶନର ଚୌଧାରୀଙ୍କ ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ ସମସ୍ତ ଚିହ୍ନଟ ଜାଗାରୁ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ ନକରାଯାଇଛି ସେ ପର୍ଯ୍ୟେନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ତେବେ ଏପର୍ଯ୍ୟନ୍ତ ୪୦ ପ୍ରତିଶତ ଉଚ୍ଛେଦ ପ୍ରକ୍ରିୟା ହୋଇଥିବାର ବିଡିଏ ପକ୍ଷରୁ ସୂଚନା ମିଳିଛି । ମନ୍ଦିରର ନବୀକରଣ ଓ ବିକାଶ ନିମନ୍ତେ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।