କଟକ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ ପାଇଁ ଆସନ୍ତା କାଲି ପର୍ଯ୍ୟନ୍ତ ଲକ୍ ଡାଉନ୍ ହୋଇ ରହିଛି । ଏହାରି ଭିତରେ ମଦ ଦୋକାନ ଖୋଲିବ କି ନାହିଁ ଏନେଇ ଦ୍ୱନ୍ଦରେ ରହିଛନ୍ତି ଗ୍ରହାକ ମାନେ । ତେବେ ଆସନ୍ତା କାଲି ଲକ୍ ଡାଉନ୍ ଖୋଲିବା ପରେ ଯେତିକି ମଦ ଅଛି ତାହା ବହୁତ ଶୀଘ୍ର ସରିଯିବ । ଏହାକୁ ନଜରରେ ରଖି ମଦ ଫ୍ୟାକ୍ଟ୍ରି ଖୋଲିବା ଲାଗି ୧୧ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅବକାରୀ କମିଶନ ଅଞ୍ଜନ କୁମାର ମାଣିକା । ଏହା ସହ ମଦ ଫ୍ୟାକ୍ଟ୍ରି ଗୁଡିକରେ ଷ୍ଟକ ଯାଞ୍ଚ କରିବାକୁ କହିଛନ୍ତି । ଓଡିଶା ଷ୍ଟେଟ ବେଭରେଜ କର୍ପୋରେଶନ ଲିମିଟେଡର ଗୋଡାନ ସହିତ ଥିବା ଉତ୍ପାଦନ ୟୁନିଟ ଗୁଡିକରେ ଷ୍ଟକ ବହୁତ କମ ରହିଛି । ଯାହାକି ଲକ୍ ଡାଉନ୍ ଖୋଲିଲା ପରେ ସରିଯିବ । ତେଣୁ ୧୧ଟି ଜିଲ୍ଲାପାଳଙ୍କୁ ମଦ ଫ୍ୟାକ୍ଟ୍ରି ଖୋଲିବାକୁ ଅନୁମତି ମଗାଯାଇଛି । ଏହା ସହ କୋଭିଡ-୧୯ ଗାଇଡ ଲାଇନ ମାନିବାକୁ ଫ୍ୟାକ୍ଟ୍ରି କତ୍ତୃପକ୍ଷଙ୍କୁ ନିଦ୍ଦେ;ଶ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ସୂଚନାଯେଗ୍ୟ ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ଦେଶରେ ଥିବା ଗ୍ରୀନ ଜୋନ ମାନଙ୍କରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କିଛି ରାଜ୍ୟରେ ମଦ ଦୋକାନ ଖୋଲିଥିବା ବେଳେ ଆଉ କିଛି ରାଜ୍ୟ ଗ୍ରୀନ ଜୋନ ମାନଙ୍କରେ ମଧ ଦୋକାନ ଖୋଲି ନଥିଲା । ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟ କିଛି ଦିନ ତଳେ ଏକ ରାୟ ଶୁଣାଣୀ କରିଥିଲେ । ଯେଉଁ ଥିରେ ରାଜ୍ୟ ସରକାର ମଦ ଦୋକନ ଖୋଲିବା ନେଇ ନିଷ୍ପତି ନେବେ ବୋଲି କହିଥିଲେ । ଏହା ସହ କୋଭିଡ ଗାଇଡ ଲାଇନ ମାନି ମଦ ଦୋକାନ ଖୋଲିବା କିମ୍ବା ଅନ ଲାଇନ ମଦ ବିକ୍ରି ରାଜ୍ୟ ସରକାର କରି ପାରିବେ ବୋଲି ସୁପ୍ରିମ କୋର୍ଟ କହିଥିଲେ ।