ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ବହୁଦିନ ଧରି ମଦ ଦୋକାନ ଖୋଲିବାକୁ ନେଇ ଲାଗି ରହିଥିବା ଦ୍ୱନ୍ଦରେ ଆଜି ପଡିଛି ପୂର୍ଣ୍ଣଛେଦ । ଆସନ୍ତା କାଲି ଠାରୁ ରାଜ୍ୟରେ ଖୋଲିବ ମଦ ଦୋକାନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରକାଶ ପାଇଛି । ଯେଉଁଥିରେ ମଦ ଦୋକନ ଖୋଲିବା ଠାରୁ ବନ୍ଦ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିୟମ କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ଜୁଲାଇ ପହିଲାରୁ ମଦ ଦୋକାନ ଖୋଲିବ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ମାତ୍ର ବାର ବନ୍ଦ ରହିବ । ବାର ଗୁଡିକ କେବଳ ମଦ ଏମଆରପି ମୂଲ୍ୟରେ ବିକ୍ରି କରିପାରିବେ ।
ମାତ୍ର ବାରରେ ବସି ମଦ୍ୟପାନ କରିହେବ ନାହିଁ । ଉଭୟ ଅନସପ ଓ ଅଫସପ ଖୋଲା ରହିବ । ଗ୍ରାହକ ମାନେ କାଉଣ୍ଟରରୁ ମଦ କିଣିପାରିବେ । ତେବେ ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ପୂର୍ବଭଳି ଅନଲାଇନ ସେବା ଚାଲୁରହିବ । ଅନସପ ଗୁଡିକ ସମାନ ମୂଲ୍ୟରେ ମଦ ବିକ୍ରି କରିବେ । ଯାହା ଫଳରେ ପୂର୍ବଭଳି ଆଉ ମଦ ଦୋକାନରେ ଭିଡ ଲାଗିବ ନାହିଁ । ସେହିଭଳି ଯେଉଁ କାଉଁଣ୍ଟର ଗୁଡିକରେ ଜନ ଗହଳି ଅଧିକ ରହିବ ସେହିକ୍ଷେତ୍ରରେ ଜିଲ୍ଲାପ୍ରଶାସନ ମଦ ଦୋକାନକୁ ବନ୍ଦ କରିପାରିବେ ।
ସେହିଭଳି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ମୁହଁରେ ମାସ୍କ ବାନ୍ଧିବା ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ସେହିଭଳି ଦୋକାନକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ । ଆବଶ୍ୟକ ସ୍ଥଳରେ ବ୍ୟବସାୟୀ ଦୋକାନ ସମ୍ମୁଖରେ ବ୍ୟାରିକେଡ କରିପାରିବେର୍ସର୍ବପରେ କାଉଣ୍ଟର ବାହାରେ ସ୍ଲଟ ବୁକ ପାଇଁ ଇ- ଟୋକନ ବ୍ୟବସ୍ଥା ରହିବ । ଅବକାରୀ ବିଭାଗର କଡା ନଜରରେ ରହିବ ସମସ୍ତ କାଉଣ୍ଟର ।