ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗତକାଲିଠାରୁ ମାନେ ମାର୍ଚ୍ଚ ୧ ରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି । ଦୀର୍ଘ ୬ ମାସର କୋହଳ ପରେ ପୁଣି କଡାକଡି ହୋଇଯାଇଛି ନୂଆ ମୋଟର ଯାନ ଆଇନ । ତଥାପି ଲୋକେ ସୁଧୁରି ନାହାନ୍ତି । ନିମୟ ଉଲଂଘନ କରିବାରେ ଲାଗିଛନ୍ତି । ଯେଉଁଥି ପାଇଁ ସେମାନଙ୍କଠାରୁ ପୋଲିସ ମୋଟା ଅଙ୍କର ତଣ୍ଡ ଗଣୁଛି । ତେବେ ଆସନ୍ତୁ ଜାଣିବା ସଡକ ସୁରକ୍ଷା ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ କେଉଁ ବାବଦରେ କେତେ ଜରିମାନା ଦେବାକୁ ପଡିବ ।
– ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାଇଲେ ୫ ହଜାର ଫାଇନ୍
– ଅଯୋଗ୍ୟତା ବା ନିଲମ୍ବନ ସମୟରେ ଗାଡି ଚଲାଇଲେ ୧୦ ହଜାର ଫାଇନ୍
– ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଗାଡି ଚଲାଇଲେ ୨୫ ହଜାର ଫାଇନ୍
– ବୀମା ନଥାଇ ଗାଡି ଚଲାଇଲେ ୨ ହଜାର ଫାଇନ୍
– ଆମ୍ବୁଲାନ୍ସକୁ ରାସ୍ତା ନଛାଡିଲେ ୧୦ ହଜାର ଫାଇନ୍
– ପିୟୁସି ସାର୍ଟିଫିକେଟ ନଥାଇ ଗାଡି ଚଲାଇଲେ ୧୦ ହଜାର ଫାଇନ୍
– ପଞ୍ଜିକରଣ ବିନା ଗାଡି ବ୍ୟବହାର କଲେ ୫ ହଜାର ଫାଇନ୍
– ରେଡ୍ ଲାଇଟ୍ ଅତିକ୍ରମ କଲେ ୫ ହଜାର ଫାଇନ୍
– କର୍ତ୍ତୃପକ୍ଷଙ୍କ ଆଦେଶର ଅବମାନନା କଲେ ୨ ହଜାର ଫାଇନ୍
– ଅନଧିକୃତ ବ୍ୟକ୍ତିଙ୍କୁ ଗାଡି ଚଲାଇବାକୁ ଅନୁମତି ଦେଲେ ୫ ହଚାର ଫାଇନ୍