ବାଲେଶ୍ୱର (ଏଟିଆର ବ୍ୟୁରୋ); ଦୀର୍ଘ ଦିନ ଧରି ଚାଲିଥିଲା ଗୋରୁ ଚାଲାଣ । ବେଆଇନ ଭାବରେ ପଶ୍ଚିମବଙ୍ଗକୁ ଏହି ଗୋରୁ ଚାଲାଣ ହେଉଥିଲା । ବାରମ୍ବାର ଥାନରେ ଜନ ସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା । ଶେଷରେ ଲୋକମାନେ ବାଧ୍ୟ ହୋଇ ଗୋରୁ ଚାଲାଣ ହେଉଥିବା ଟ୍ରକକୁ ଅଟକ ରଖିଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଚାଲନ୍ତିର ସ୍ଥାନୀୟ ଲୋକ ଚାଲାଣ ହେଉଥିବା ଗୋରୁ ଗାଡିକୁ ଅଟକ ରଖିଛନ୍ତି । ୩ଟି ଟ୍ରକରେ ପାଖାପାଖି ୩୦୦ରୁ ଉଦ୍ଧ୍ୱ ଗୋରୁ ଚାଲାଣ ହେଉଥିଲା ।
ମିଳିଥିବା ସୂଚନା ମୁତବାକ ଦୀର୍ଘଦିନ ହେବ ପଶ୍ଚିବବଙ୍ଗକୁ ବେଆଇ ଭାବରେ ଏଭଳି ଗୋରୁ ଚାଲାଣ ହେଉଥିଲା । କିନ୍ତୁ ଆଜି ସ୍ଥାନୀୟ ଲୋକମାନେ ୩ଟି ଟ୍ରକକୁ ଅଟକ ରଖିଛନ୍ତି । ଟ୍ରକ ଡାଇଭରମାନଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛନ୍ତି । ସ୍ଥାନୀୟ ଗୋରୁ ମାନଙ୍କୁ ଉଦ୍ଧାର ଗାଁରେ ରଖିଛନ୍ତି । ତେବେ ପୋଲିସ ନିକଟରେ ଏହି ଖବର ପହଁଞ୍ଚି ନଥିବା ଶୁଣିବାକୁ ମିଳିଛି । ସେପଟେ ଜଳେଶ୍ୱର ବାଇଗଣ ବାଡିଆଠାରେ ଏଭଳି ଗୋରୁ ଚାଲାଣ ହେଉଥିବା ବେଳେ ବିଜୁ ଯୁବ ବାହିନୀର କର୍ମୀମାନେ ୭ଟି ଗୋରୁକୁ ମଧ୍ୟ ଅଟକାଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଗୋରୁ ଚାଲାଣ ହେଉଥିବା କଣ ପୋଲିସ ଖବର ପାଇନାହିଁ? ନା ପୋଲିସ ସବୁ ଜାଣିଶୁଣି ଚୁପ ରହିଛି । ଏଭଳି ଅନେକ ପ୍ରଶ୍ନ ଉଠିଛି । ଯେଉଁଠି ସାଧାରଣ ଲୋକମାନେ ପଦକ୍ଷେପ ନେବା ପାଇଁ ବାହାରୁଛନ୍ତି ସେଇଠି ପୋଲିସ କାହିଁକି ପଛଘୁଞ୍ଚା ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।