ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବର୍ତ୍ତମାନ ସାରା ଦେଶ କରୋନା ମାହାମାରୀକୁ ନେଇ ଦୀର୍ଘ ୫୦ ଦିନାୁ ଅଧିକ ଦିନ ହେଲା ଲକ୍ ଡାଉନ ହୋଇ ରହିଛି । କାହା ଭାଁ କେତେକ ଦୋକାନକୁ ଛାଡିଦେଲେ ହାତ ବାନ୍ଧି ବସିଛନ୍ତି ସମସ୍ତେ । ବିଶେଷ କରି ଛୋଟ ମୋଟ ଠେଲା ଲଗାଇ ପେଟ ପୋଶୁଥିବା ମଣିଷ ମୁଣ୍ଡରେ ଏବେ ପଡିଛି ଚଡକ । ନାଁ କହିହେଉଛି ନାଁ ସହି ହେଉଛି । ମନ କଥା ମନରେ ମାରି ଗୁମୁରି ଗୁମୁରି କାନ୍ଦୁଛି ଜୀବନ ।
ଏପଟେ ଗତକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବଧନ କରି ଆଗକୁ ଲକ୍ ଡାଉନ ବଢିବ ବୋଲି ଦେଇଛନ୍ତି ସଂଙ୍କେତ । ଯାହା ଏବେ ଖୁଚୁରା ବ୍ୟବସାୟୀଙ୍କ ଫୁଟି ଆସୁଥିବା ଆଶାକୁ ପୁଣି ମଉଳାଇ ଦେଇଛି । କେନ୍ଦ୍ରସରକାରଙ୍କ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନରେ କଣ ରହିବ କଟକଣା ତାକୁ ନେଇ ଆଶଙ୍କାରେ ରହିଛନ୍ତି ହଜାର ଉଠା ଦୋକାନୀ ଠେଲା ବ୍ୟବସାୟୀ । ଏହି ଅବସରରେ ଆମେ ପହଞ୍ଚିଥିଲୁ ଜଣେ ଗୁପଚୁପ ବ୍ୟବସାୟୀଙ୍କ ପାଖରେ ଆଉ ଜାଣିବାକୁ ଚାହିଁଥିଲୁ ତାଙ୍କର ପ୍ରତିକ୍ରିୟା ।
ଏହେଉଛନ୍ତି ରାଜଧାନୀରେ ଦୀର୍ଘ ୨୦ ବର୍ଷ ଧରି ଗୁପଚୁପ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଗଙ୍ଗାଧର ବେହେରା । ଯିଏ ରାଜଧାନୀର ଛାତି ଉପର ଜୟଦେବ ବିହାର ପଲହାଇଟ ସାମ୍ନାରେ ଠେଲା ଲଗାଇ କରୁଥିଲେ ଗୁପଚୁପ ବ୍ୟବସାୟ ।
ସେ କୁହନ୍ତି ଦୀର୍ଘ ୫୦ ଦିନରୁ ଅଧିକ ଦିନ ହେଲା ସେ ଦୋକାନ ଲଗେଇ ନାହାନ୍ତି । ଯାହା ସଞ୍ଚିତ ଅର୍ଥ ରଖିଥିଲେ ତାହା ଏବେ ସରଗଲାଣିି । ତେଲ ଲୁଣ ପାଇଁ ବି ଆଉ ପକେଟରେ ପଇସା ନାହିଁ । ସରକାରଙ୍କ ସହାୟତା କହିଲେ ସେଇ ଚାଉଳ ଆଉ ୧ ହଜାର ଟଙ୍କା । ସେତିକିରେ ଆମେ ୪ ପ୍ରାଣୀ କେତେଦିନ ବଞ୍ଚିବୁ । । କିଛି ଉପାୟ ନପାଇ ଏବେ ସେଇ ଗୁପଚୁପ ଠେଲା ଗାଡିରେ ଗୋଟେ ଛୋଟିଆ ପରିବା ଦୋକାନ ଟିଏ କରିଛି । ସିଏ ବି କୋଉ ଚାଲୁଛି । ମୁଁତ ଜୀବନ ସାରା ଗୁପଚୁପ ବିକିଲି ଏବେ କିଏବା ମୋତେ ଚିହ୍ନିଛି ମୋ ଠାରୁ ପରିବା କିଣିବ । କେବଳ ଭଗାବନ ହିଁ ଭରଷା । ସରକାର ଆମ ଭଳି ଖୁଦ୍ର ଠେଲା ବ୍ୟବସାୟୀଙ୍କ ପାଇଁ ଏଥର ଲକ ଡାଉନରେ କିଛି ଗୋଟେ ବ୍ୟବସ୍ଥା କରନ୍ତୁ ନହେଲେ ଭାସି ଯିବୁ ଆମେ ।