ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୯ ଟି ପ୍ରସ୍ତାବ ଉପରେ ମଞ୍ଜୁରୀ ମିଳିଛି । ଏହି ବୈଠକରେ ପାଞ୍ଜଜଣ ବରିଷ୍ଠ ମନ୍ତ୍ରୀ ଯୋଗଦେଇଥିଲେ ।
ଲକ୍ ଡାଉନ୍ ସମୟରେ ଜରୁରୀ ସେବାରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହସହିତ ଶୃଙ୍ଖଳିତ ଭାବେ ଲକ୍ ଡାଉନ୍ ପାଳନ କରାଯାଇଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କର ବର୍ତ୍ତା ରଖିଛନ୍ତି ।
ସେ କହିଛନ୍ତି ମୁଁ ଜାଣିଛି ଆମମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଛି, ସାହାସର ସହ କରୋନାକୁ ମୁକିବିଲା କରିବା ଏହା ହେଉଛି ଏକମାତ୍ର ଉପାୟ । ଏପ୍ରିଲ୍ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି ପଇଁ ନିଷ୍ପତି ନିଆଯାଇଛି । ସେହିପରି ଏହି ଲକ ଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ରକୁ ସୁପାରିଶ । ଲକ୍ ଡାଉନ୍ ସମୟରେ କୃଷି କାର୍ଯ୍ୟ ଜାରି ରହିବ । ଏପ୍ରିଲ ୩୦ ଯାଏଁ ଟ୍ରେନ ଏବଂ ବିମାନ ସେମା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ । ଜୁନ୍ ୧୭ ଯାଉଁ ସମସ୍ତ ଶିକ୍ଷାନୁଷ୍ଠ।ନ ବନ୍ଦ ରହିବ । ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇ ମାନଙ୍କର ଯତ୍ନ ନେବା ପାଇଁ ସଂପୃକ୍ତ ରାଜ୍ୟକୁ ନିର୍ଦ୍ଦେଶ । ଶ୍ରମିକମାନଙ୍କ ପାଇଁ ମନରେଗା କାର୍ଯ୍ୟ ଜାରି ରହିବ । ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ମଣିଷ ଜୀବନ ଗୁରୁତ୍ୱ ପୂର୍ଣ୍ଣ । ରାଜ୍ୟରେ ଏକ ଲକ୍ଷ ରାପିଡ ଟେଷ୍ଟିଂ ପାଇଁ ପଦକ୍ଷେପ ନିଆଯାଉଛି । ମାଲ ପହିବହନରେ କୌଣସି ବାଧା ସୃଷ୍ଟ ହେବ ନାହିଁ ।
କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।