ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ‘ୟଶ’ କୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ରାଜ୍ୟର ୧୦ ଜିଲ୍ଲାରେ ଲକଡାଉନ ନିୟମରେ ସାମାନ୍ୟ କୋହଳ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆଜି ଏବଂ ଆସନ୍ତାକାଲି ଏହି ଦୁଇଦିନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
କଟକଣାରେ କୋହଳ କରାଯାଇଥିବା ୧୦ ଜିଲ୍ଲା ମଧ୍ୟରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, ଖୋର୍ଦ୍ଧ ଓ କଟକ । ଏହି ଜିଲ୍ଲାର ଲୋକମାନଙ୍କୁ ୨ ଦିନ ଯାଏଁ ଦିନ ଗୋଟାଏ ଯାଏଁ ଜିନିଷପତ୍ର କିଣିବା ପାଇଁ ସମୟ ଦିଆଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲା ଗୁଡିକରେ ସକାଳ ୭ ରୁ ଦିନ ୧୧ ଟା ଯାଏଁ ଦୋକାନ ବଜାର ଖୋଲାରହିବ ।