ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିରାତି ୯ ଟା ଠାରୁ ରାଜ୍ୟର୪ ଜିଲ୍ଲା ସମେତ ଗୋଟିଏ ମହାନଗର ନିଗମକୁ ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଏଥର ଭୁବନେଶ୍ୱରରେ ଲକଡାଉନକୁ କଡାକଡି ପାଳନ କରାଯିବ । ଲକ ଡାଉନ ନ ମାନିଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ । ସକାଳ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଆବଶ୍ୟକ ଅନୁସାରେ ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଯାତାୟତ କରିବେ । ସେହିଭଳି ବିବାହ ଘର ଓ ସୁଦ୍ଧ କାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ ରହିଛି ।