ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ମହାମାରୀ କରୋନା ଏବେ ସାରା ବିଶ୍ୱରେ ତାର ତାଣ୍ଡବ କରୁଛି । ଘରୁ ପଦାକୁ ବାହାରିଲେ ଏବେ ଜୀବନ ଓ ପରିବାର ଚାଲିଯିବ ମୃତ୍ୟୁ ମୁଖକୁ । ବଡବଡ ଦେଶ ମଧ୍ୟ ଏବେ ଏଇ କରୋନାର ସଫଳ ମୁକାବିଲା କରିବାରେ ହୋଇ ପଡିଲେଣି ଅସହାୟ ନିରୁପାୟ । କରୋନାର ଏହି ଭୟାବହତାକୁ ଦୃଷ୍ଟିରେ ରଖି ଆଜିଠାରୁ ସାରା ଦେଶକୁ ଲକ ଡାଉନ କରାଯାଇଛି । ତେବେ ଏହିଭଳି ଏକ ଘଡି ସନ୍ଧି ସମୟରେ ଆମର ସୁରକ୍ଷା ପାଇଁ ଆମର ଘର ହି ସବୁଠାରୁ ସୁରକ୍ଷିତ ସ୍ଥାନ । ଯାହାକୁ ଆମକୁ ମାନିବାକୁ ପଡିବ । ଯେହେତୁ ବର୍ତ୍ତମାନର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଥିଲା । କିଛି ଲୋକଙ୍କୁ ଏବେ ଖାଲିରେ ଘରେ ବସିବା ଅସହାୟ ଲାଗୁଛି । ଯେଉଁଥି ପାଇଁ ସେମାନେ ମାନସିକ ଚାପରେ ମଧ୍ୟ ରହୁଛନ୍ତି । ଆଜି ଆରମ୍ଭ ଆହୁରି ୨୦ ଦିନ ଆମକୁ ଆମ ମୂଲ୍ୟବାନ ଜୀବନ ପାଇଁ ଘରେ ରହିବାକୁ ପଡିବ । ତେବେ ଏହି ସମୟରେ ଆମେ ଯଦି କିଛି ନିର୍ଦ୍ଧିଷ୍ଟ କାମ କରିବା ହୁଏତ ଆଖି ପିଛୁଳାକେ ବାକି ୨୦ ଦିନ କିଭଳି କଟିଯିବ ତାହା ଆମେ ନିଜେ ବି ଅନୁଭବ କରି ପାରିବା ନାହିଁ । ତେବେ ଆସନ୍ତୁ ଜାଣିବା ସେମିତି କିଛି ଅଭ୍ୟାସ ।
୧- ଯେଉଁମାନଙ୍କର ବହି ପଢିବାରେ ଅଭ୍ୟାସ ଅଛି ସେମାନେ ବହି ପଢନ୍ତୁ । ଅନଲାଇନରେ ମଧ୍ୟ ବିଭିନ୍ନ ବଡବଡ ଲେଖକଙ୍କର ଲିଖିତ ବହି ଉପଲବ୍ଧ ରହିଛି ତାକୁ ମଧ୍ୟ ଆମେ ମୋବାଇଲ ହେଉ ଅବା କମ୍ପ୍ୟୁଟର ମାଧ୍ୟମରେ ପଢି ପାରିବା । ଉପନ୍ୟାସ, ଗଳ୍ପ, ପ୍ରବନ୍ଧ ଏମିତି ଅନେକ କିଛି ।
୨- ନିଜ ପସନ୍ଦର ଗୀତ ଶୁଣନ୍ତୁ, ଟିଭି ଦେଖନ୍ତୁ । ଘରେ ପିଲାମାନଙ୍କ ସହିତ ଗପ ସପ କରନ୍ତୁ । ସେମାନଙ୍କୁ ପାଠ ପଢାଇବା ସହିତ ବିଭିନ୍ନ ଉପଦେଶ ଆଦି କାହାଣୀ ମାଧ୍ୟମରେ କୁହନ୍ତୁ ।
୩- ସେହିଭଳି ପୁରୁଣା ବନ୍ଧୁ ମାନଙ୍କ ସହିତ ଫୋନରେ ଯୋଗାଯୋଗ କରିବାର ଏଇଟା ପ୍ରକୃଷ୍ଟ ସମୟ । ପାଖକୁ ନଯାଇ ଫୋନରେ ମଧ୍ୟ ଆମେ ସମ୍ପର୍କକୁ ମଜବୁତ କରି ପାରିବା
୪- ଆଉ ସବୁଠାରୁ ବଡ କଥା ହେଉଛି ନିଜକୁ ପରିବାର ଲୋକଙ୍କ ସହିତ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆମେ ଏମିତି ବି ଭାବି ପାରିବା ଲକ ଡାଉନ ଏବେ ଆମ ସମ୍ପର୍କକୁ ମଜବୁତ କରୁଛି ।
୫- ଲେଖକ ଆଉ ଭାବୁକଙ୍କ ପାଇଁ ତ ଏହା ଗୋଟେ ଭଲ ସମୟ କୁହାଯାଇପାରେ । ଭାବିବାକୁ ମିଳୁଛି ବହୁତ ସମୟ ।
୬- ଘରେ ପୁରୁଷ ମାନେ ମଧ୍ୟ ମହିଳାଙ୍କ ସହିତ ରୋଷେଇରେ ସହଯୋଗ କରନ୍ତୁ । ଏହଇ ବାହାନାରେ ତ କିଛି ରେଷେଇ ଶିଖି ହୋଇଯିବ ।
୭- ନିଜକୁ ସୁସ୍ଥ ରଖିବା ପାଇଁ ଘର ଭିତରେ ଯୋଗଭ୍ୟାସ ଓ ଶାରୀରିକ ବାୟାମ କରନ୍ତୁ । ୨୦ ଦିନ ପରେ ଆପଣଙ୍କୁ ଯିଏ ଦେଖିବ ସିଏ ବି କହିବ ଆରେ କଣ ବଡି ମେଣ୍ଟେନ କରୁଛୁ ରେ ।
୮- ଏହି ସମୟରେ ଆପଣ ଆପଣଙ୍କ ଘରକୁ ମଧ୍ୟ ନିଜ ମନବୁତାବକ ସଜେଇ ପାରିବେ ।