ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶାକୁ ପଙ୍ଗପାଳ ଆସିବାକୁ ନେଇ ଆଜି କେନ୍ଦ୍ର ସହ ଆଜି ଏକ ବୈଠକ ବସିଥିଲା । ଏହା ପରେ ଓୟୁଏଟି ଡିନ୍ ଲଳିତ ମୋହନ ଗଡନାୟକ ସୂଚନା ଦେଇଛନ୍ତି । ଓୟୁଏଟି ଡିନ୍ ସୂଚନା ଦେଇ କହିଛନ୍ତି ଯେ, ଓଡିଶାକୁ ଜୁନ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଥମେ ପଶ୍ଚିମ ଓଡିଶାକୁ ପଙ୍ଗପାଳ ଆସିବେ ବୋଲି ସୂଚନା ମିଳିଛି ବୋଲି ସେ କହିଛନ୍ତି ।
ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଡତତ୍ୱବିତ ମାନଙ୍କୁ ନେଇ ଏକ ଟିମ ଗଠନ ହେବ । ଯେଉଁ ଟିମ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଜିଲ୍ଲଊା ଓ ବ୍ଲକ ସ୍ତରରୁ ରିପୋର୍ଟ ସଂଗ୍ରହ କରାଯିବ । ସେହିଭଳି ପ୍ରତିକାର ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ବଡ ସ୍ପ୍ରେୟର ଯୋଗାଇ ଦେବାକୁ ସରକାରଙ୍କୁ କୁହାଯାଇଛି ।