ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ପୁଲିସ ଘରୁ ଚୋରି । ନଗଦ ୨ ଲକ୍ଷ ଟଙ୍କା ସହିତ ୮ ଭରି ସୁନା ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ । ଏମିତି ଏକ ନାଟକୀୟ ଚୋରି ହୋଇଛି ବ୍ରହ୍ମପୁର ଅନନ୍ତ ନଗରରେ ରହୁଥିବା ଜଣେ ପୁଲିସ କର୍ମଚାରୀଙ୍କ ଘରୁ । ଗତ କାଲି ରାତିରେ ପୁଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର । କର୍ମଚାରୀଙ୍କ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ କଳା କନା ବୁଲାଇ ଦେଇଛନ୍ତି ।
ସୂଚନା ଅନୁସାରେ ବ୍ରହ୍ମପୁର ଅନନ୍ତନଗରରେ ପୁଲିସ କର୍ମଚାରୀଙ୍କ ଘରେ କୌଣସି କାମରେ ପୁରା ପରିବାର ବାହାରେ ରହିଥିଲେ । ଘରେ ତାଲା ପଡିଥିଲା । ଏହାର ସୁଯୋଗ ନେଇ ଚୋର ଘରର କବାଟ ଭାଙ୍ଗି ପୋଲିସ ଘରୁ ୨ ଲକ୍ଷ ନଗଦ ଟଙ୍କା ସହିତ ୮ ଭରି ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ଆଜି ପୁଲିସ କର୍ମଚାରୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି ।
ଏହା କୌଣସି ବଡ ଲୁଟେରା ଗ୍ୟାଙ୍ଗର କାମ ବୋଲି ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଲୁଟେରାଙ୍କ ବିଷୟରେ କୌଣସି ସୁରାକ ମିଳି ନାହିଁ । ପୁଲିସ ଘରେ ଚୋରି ହୋଇଥିବାରୁ ଏବେ ସାରା ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।