ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହାଇ ସକ୍ୟୁରିଟି ଜୋନ କୁହାଯାଉଥିବା ଭୁବନେଶ୍ୱରରୁ ପୁଣି ଲକ୍ଷାଧିକ ଟଙ୍କାର ଚୋରୀ । ଘରେ କେହି ନଥିବା ବେଳେ ଗ୍ରୀଲ ତାଡି କରିଛନ୍ତି ଲୁଟ । ଏନେଇ ପୋଲିସ ପାଖରେ ନାହିଁ ସୂଚନା । ଖବର ମୁତାବକ ହଂସପାଳ ଅଞ୍ଚଳର ପ୍ରେମାନନ୍ଦ ଚୌଧୁରୀ ନିଜ ପରିବାର ସହିତ ଗତ ଶୁକ୍ରବାର ଠାରୁ ହାଇଦ୍ରାବାଦ ଗସ୍ତରେ ଯାଇଥିଲେ । ସେଠାରୁ ଗତକାଲି ଫେରି ଦେଖନ୍ତି ତ ତାଙ୍କ ଘର ଗ୍ରୀଲ ତଡା ହୋଇ ଘରୁ ସୁନା ଚୁଡି, ମଙ୍ଗଳସୁତ୍ର, ଲକେଟ ଓ ଅନ୍ୟାନ୍ୟ ଅଳଙ୍କାରକୁ ମିଶାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଛି ।
ଏନେଇ ପ୍ରେମାନନ୍ଦ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କାହାକୁ ଗିରଫ କରି ପାରିନାହିଁ । ତେବେ ସବୁଠାରୁ ବଡ କଥା ହେଲା ଭୁବନେଶ୍ୱର ପରି ହାଇ ସିକ୍ୟୁରୁଟି ଜୋନ ମଧ୍ୟରେ ଚୋରି ହୋଇଥିଲେ ମଧ୍ୟ ପୁଲିସ କିଭଳି ସୁରାକ ପାଇନଥିଲା । କି ଘରେ ନଥିବା ପ୍ରେମାନନ୍ଦଙ୍କୁ ଚୋରୀ ନେଇ ସୂଚନା ଦେଇ ନଥିଲା ।