କେନ୍ଦୁଝର ( ଏଟିଆର ବ୍ୟୁରୋ): ଚୋର ହାତରୁ ବାଦ ପଡିଲେ ନାହିଁ ଭଗବାନ । ଠାକୁରଙ୍କ ଦାନ ବାକ୍ସକୁ ବି ଛାଡିଲେ ନାହିଁ ଚୋର । ତାକୁ ବି ଚଳୁ କରିଦେଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ସହରର ସିଦ୍ଧମଠ ସ୍ଥିତ ଶିରିଡି ସାଇ ମନ୍ଦିରର ଦାନ ବାକ୍ସ ଓ ଆଲମାରୀ ଭାଙ୍ଗି ଲୁଟ କରିଛନ୍ତି ଲୁଟେରା ।
ସୂଚନା ଅନୁସାରେ ସାଇ ବାବାଙ୍କ ରୂପାର ମୁକୁଟ ଓ ହାର ନେଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚୋର ଗ୍ରୀଲ ତାଡି ଏହି କାଣ୍ଡ ଘଟାଇଛନ୍ତି । ଏନେଇ ପୋଲିସକୁ ସୂଚନା ମଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ମାନେ ଏହି ଚୋରୀରେ ସଂମ୍ପୃକ୍ତ ଅଛନ୍ତି ତାହା ଜଣା ପଡିନାହିଁ ।