କେନ୍ଦୁଝର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପ୍ରଶାସନ ବହୁ ଚେଷ୍ଟା କରୁଛି । ହେଲେ କିଛି ଲାଭ ହେଉ ନାହିଁ । ଡ୍ରଗ୍ସର ଚୋରା କାରବାର, ଲୁଟ, ବୋମା ମାଡ ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ତେବେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଝାରବେଡା ଗ୍ରାମରେ ଲୁଟେରାଙ୍କ ଆକ୍ରମଣରେ ବାପ-ଝିଅ ଗୁରୁତର ହୋଇ ପଡିଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବତ ରାତିରେ ୫ ଜଣ ଦୁର୍ବୃତ୍ତ ଝାରବେଡା ଗାଁର କ୍ଷୀରୋଦ ବେହେରାଙ୍କ ଘରେ ଲୁଟ କରିବା ପାଇଁ ପଶି ଥିଲେ । ହେଲେ ଲୁଟେରା ମାନଙ୍କୁ କ୍ଷୀରୋଦ ଓ ତାଙ୍କ ଝିଅ ବିରୋଧ କରିଥିଲେ ।
ଯେଉଁ ଥିରେ ଲୁଟେରା ମାନେ ରାଗି ଯାଇ କ୍ଷୀରୋଦ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ । ଫଳରେ ବାପ-ଝିଅ ଚିକ୍ରାର କରିଥିଲେ । ଏଥିରେ ଭୟଭିତ ହୋଇ ଯାଇ ଲୁଟେରା ମାନେ ସେଠାରୁ ବାଇକ ଯୋଗେ ଫେରାର ହୋଇଯାଇ ଥିଲେ । ଲୁଟେରାଙ୍କ ଆକ୍ରମଣରେ ବାପ-ଝିଅଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏନେଇ ପୋଲିସରେ ମାମଲା ରୁଜୁ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରା ମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।