ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ବ୍ଲକରୁ ଲୁଟି ନେଲେ ଲୁଟେରା । ବନ୍ଧୁକ ଦେଖାଇ ନେଇଗଲେ ଭତ୍ତା ଟଙ୍କା । ଏହି ଲୁଟ ହୋଇଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ ଅଫିସ ସାମ୍ନାରୁ । ସୂଚନା ଅନୁସାରେ ଆଜି କୁଆଁର ମୁଣ୍ଡା ବ୍ଲକରେ ଭତ୍ତା ଟଙ୍କା ବଣ୍ଟା ହେବା ପାଇଁ ବ୍ଲକକୁ ଟଙ୍କା ଆସିଥିଲା । ଏକ ଗାଡିରେ ବ୍ଲକକୁ ଟଙ୍କା ଆସିଥିଲା । ଯାହାର ସୁରାକ କୌଣସି ପ୍ରକାର ପାଇଯାଇଥିଲେ ଲୁଟେରା ।
ଗାଡି ବ୍ଲକ ପରିସରରେ ହେବା ମାତ୍ରେ ୫ ଜଣ ଲୁଟେରା କପୁଆଁର ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କୁ ଅଟକାଇଥିଲେ । ଏବଂ ସେମାନଙ୍କୁ ବନ୍ଧୁକ ଦେଖାଇଥିଲେ । ଓ ପରେ ଗାଡିରେ ଲୁଟି ନେଇଥିଲେ । ଟଙ୍କ ଗାଡ଼ି ସହିତ ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୀରମିତ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।