ପୁରୀ(ଏଟିଆର ବ୍ୟୁରୋ): ୟୁନିୟନ ବ୍ୟାଙ୍କରେ ରହିବ ଘରୋଇ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା । ଉନ୍ନୟନ ପ୍ରଶାସନ ଅଜୟ ଜେନାଙ୍କ ସୂଚନା ଅନୁସାରେ ୫.୭୫ ପ୍ରତିଶତ ସୁଧ ହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯିବ । ସୂଚନା ଅନୁସାରେ ଆଜି ଶ୍ରୀମନ୍ଦିର ଟଙ୍କା ନେଇ ଟେଣ୍ଡର ପ୍ରକ୍ରିୟା ହୋଇଥିଲା । ଏଥିରେ ୮ ଟି ବ୍ୟାଙ୍କ ସାମିଲ ହୋଇଥିଲା । ଏହି ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କ ୫.୭୫ ପ୍ରତିଶତ ସୁଧହାର ଦେବା ଲାଗି ଟେଣ୍ଡର ପକାଇଥିଲା । ସେହିପରି ଇଣ୍ଡିଆନ ବ୍ୟାଙ୍କ ୫.୪୦ ଓ କାନାଡା ବ୍ୟାଙ୍କ ୫ ପ୍ରତିଶତ ସୁଧହାର ଦେବା ଲାଗି ଟେଣ୍ଡର ପକାଇଥିଲେ ।
ତେବେ ନିୟମାନୁଯାୟୀ ସର୍ବାଧିକ ସୁଧହାର ଦେଉଥିବା ବ୍ୟାଙ୍କରେ ମହାପ୍ରଭୁଙ୍କ ସ୍ଥାୟୀ ଟଙ୍କା ରଖାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ୟୁନିୟନ ବ୍ୟାଙ୍କରେ ଘରୋଇ ୟେସ୍ ବ୍ୟାଙ୍କରୁ ଫେରିଥିବା ଶ୍ରୀମନ୍ଦିରର ୩୫୨ କୋଟି ଟଙ୍କା ରଖିଯିବ । ଏହି ଟଙ୍କା ୩ ବର୍ଷ ପାଇଁ ଦୀର୍ଘମିଆଦି ସ୍ଥାୟୀ ଜମା ଭାବେ ରଖାଯିବ । ତେବେ ନିକଟରେ ୟେସ୍ ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଅସିଯାଇଥିଲା । ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରହିଥିବାର ସୂଚନା ରହିଛି । ତେବେ ବାକି ଟଙ୍କା କେବେ ଫେରିବ ତାହା ଜଣା ପଡିନାହିଁ ।