ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଦୀର୍ଘ ୯ ମାସ ପରେ ଆଜି ଖୋଳିଛି ଲିଙ୍ଗରାଜ ମନ୍ଦିର ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି । କିନ୍ତୁ ଆଜି କେବଳ ସେବାୟତଙ୍କ ଓ ତାଙ୍କ ପରିବାରଙ୍କ ପାଇଁ ଦର୍ଶନର ଅନୁମତି ମିଳିଛି ।
ନୂଆବର୍ଷ ଅର୍ଥାତ ୧ ଓ ୨ ରେ ବନ୍ଦ ରହିବ ମନ୍ଦିର ।ପୁଣି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱରବାସୀ ଦର୍ଶନ କରିପାରିବେ । ତେବେ ୬ ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନର ସୁବିଧା ରହିଛି । ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ କରି ପୁଲିସକୁ ହସ୍ତାନ୍ତର କରାଯାଇଛି ।
ଏପରି ସ୍ତିତିରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି । ପାନ ଗୁଟଖା ଏବଂ ମନ୍ଦିର ପରିସର ଭିତରେ ନପକାଇବା ପାଇଁ କଟଖରା ଜାରି କରାଯାଇଛି । ବରିଷ୍ଠ ନାଗରିକ , ଅସୁସ୍ଥ ବ୍ୟକ୍ତି , ଗର୍ଭବତୀ , ମହିଳା ଏବଂ ୧୦ ବର୍ଷରୁ କମ ବ୍ରସର ପିଲାଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି ।