ବାଲେଶ୍ୱର (ଏଟିଆର ବ୍ୟୁରୋ) ; ପ୍ରେମ କାହା ପାଇଁ କୋମଳ ଫୁଲ ତ ଆଉ କାହା ପାଇଁ ବଡ କଣ୍ଟା ଏହି ପ୍ରେମରେ କିଏ ଖୁସିରେ ଜୀବନ ବଞ୍ଚୁଛି ତ ଆଉ କାହାର ଜୀବନ ଚାଲିଯାଉଛି । କେତେକ ଜାଗାରେ ପ୍ରେମୀଙ୍କ ପାଇଁ ଚାଲିଯାଉଛି ପରିବାର ଲୋକଙ୍କ ଜୀବନ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ନୀଳଗିରି ବ୍ଳକର ବାରାମପୁର ଥାନା ଅଞ୍ଚରେ । ଝୀଆରୀର ପ୍ରେମ ପାଇଁ ଅକାଳରେ ଦାଦାର ଜୀବନ ଚାଲିଯାଇଛି ।
ମିଳିଥିବା ସୂଚନା ମୁତାବକ ନୀଳଗିରି ବ୍ଳକ ବାରାମପୁର ଥାନା ଅନ୍ତର୍ଗତ ସାନ ନୂଆଗାଁରେ । ଜଗନ୍ନାଥ କବାଟ ଓ ଭାଲୁଆ କବାଟଙ୍କ ଘର ପାଖାପାଖି । ପଡୋଶୀ ଘର ହୋଇଥିବାରୁ ଜଗନ୍ନାଥଙ୍କ ପୁଅ ଏବଂ ଭାଲୁଆଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପ୍ରେମ ଜୋରସୋର ଚାଲିଥିବା ବେଳେ ପରିବାର ଲୋକ ଏହି କଥା ଜାଣିପାରିଥିଲେ । ମାତ୍ର ଏହାକୁ ସହ୍ୟ କରି ପାରିନଥିଲେ ଫଳରେ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା ।
ଭାଲୁଆଙ୍କ ପରିବାର ପକ୍ଷରୁ ୨୦୧୭ ମସିହାରେ ଏକ ଏତଲା ଦେବାପରେ ଜଗନ୍ନାଥଙ୍କ ପୁଅ ନାଁରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା ପୋଲିସ । ପରେ ଜଗନ୍ନାଥଙ୍କ ପୁଅକୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣା ପରଠାରୁ ଦୁଇ ପରିବାର ମଧ୍ୟରେ ଶତ୍ରୃତା ବଢ଼ି ଯାଇଥିଲା । ଫଳରେ ଦୁଇ ପରିବାର ମଧ୍ୟରେ ବେଳେ ଝଗଡା ହେଉଥିଲା । ଜଗନ୍ନାଥଙ୍କ ପରିବାର ପ୍ରତିଶୋଧ ନେବା ପାଇଁ ଅନେଇ ବସିଥିବା ବେଳେ । ଗତ ୨୨ ତାରିଖରେ ପ୍ରତିଶୋଧ ନେବାକୁ ମିଳିଥିଲା ସୁଯୋଗ ।
ଗତ ୨୨ ତରିଖ ସନ୍ଧ୍ୟାରେ ମଦପିଇ ହିତାହିତ ଗ୍ୟାନ ହରାଇ ବସିଥିଲେ ଭାଲୁଆ । ଝିଆରୀକୁ ପ୍ରେମ କରିଥିବା କଥା ମନରୁ ଭୁଲି ନଥିବା ଭାଲୁଆ କଟୁରୀ ଧରି ଜଗନ୍ନାଥଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ମାରିବା ପାଇଁ ଧମକ ଦେଇଥିଲେ । ଘରେ ପଶି ମାରିବା ଧମକ କଥାକୁ ସହି ନପାରି ଭାଲୁଆଙ୍କୁ ବାନ୍ଧି ମାଡ ମାରିଥିଲେ ଜଗନ୍ନାଥଙ୍କ ପରିବାର । ଗୁରୁତର ଅବସ୍ଥାରେ ନୀଳଗୀରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବା ପରେ ବାଲେଶ୍ୱର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲେ । ଏଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଭାଲୁଆଙ୍କ ମୃତ୍ୟୁ ହୋଇଛି ।